Site icon Awaj Media

ରାଙ୍ଗାପାରୁ ଆବାସିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା : ମା ଓ ନବଜାତ ଶିଶୁ ର ମୃତ୍ୟୁ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ର ରାଙ୍ଗାପାରୁ ଆବାସିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା ରେ ମା ଓ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡିଛି l ପ୍ରକାଶ ଯେ, ଗତକାଲି ଗୁରୁବାର ଛାତ୍ରୀ ଜଣକ ଘୁ.ଉଦୟଗିରି ଡାକ୍ତରଖାନାରେ ଏକ ଶିଶୁ ପୁତ୍ର ଜନ୍ମ କରିବା ପରେ ନବଜାତ ଶିଶୁଟିର ମୃତ୍ୟୁ ଘଟିଥିବା ବେଳେ ଆଜି ଶୁକ୍ରବାର ମା’ ଅର୍ଥାତ୍ ଛାତ୍ରୀ ଜଣକ ଆଖି ବୁଝିଥିବା ଜଣାପଡ଼ିଛି। ଘଟଣା ପ୍ରକାରେ ଗତ ସେପ୍ଟେମ୍ବର ୨୪ ତାରିଖରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ଅଧୀନସ୍ଥ ବେଲଘର ଥାନା ରାଙ୍ଗାପାରୁ ଆବାସିକ ବିଦ୍ୟାଳୟର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଘଟଣା ସାମ୍ନାକୁ ଆସିଥିଲା। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା ଏବଂ ପିଡ଼ିତାଙ୍କୁ ଡାକ୍ତରୀ ମାଇନା କରାଇବା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ପଠାଇଥିଲା । ଏହାପରେ ଘୁ.ଉଦୟଗିରିରେ ଥିବା ସୁଧାର ଗୃହରେ ସମ୍ପୃକ୍ତ ଛାତ୍ରୀଙ୍କୁ ରଖାଯାଇଥିଲା । ହେଲେ ଗତକାଲି ସମ୍ପୃକ୍ତ ଛାତ୍ରୀ ଜଣକ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ କିନ୍ତୁ କିଛି ସମୟପରେ ନବଜାତକର ମୃତ୍ୟୁ ଘଟିଥିବା ବେଳେ ଆଜି ସମ୍ପୃକ୍ତ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ୍ୟୁର କାରଣ ଏଯାବତ୍ ସ୍ପଷ୍ଟ ହୋଇନଥିବା ବେଳେ ଘଟଣାର ତଦନ୍ତ କରୁଛି ପୋଲିସ । ଅନ୍ୟପଟେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।

Exit mobile version