Site icon Awaj Media

ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ଗଣିଆ ଥାନା ବେଲପଡା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମହିଳାଙ୍କ ମୃତ୍ୟୁ କୁ ନେଇ ସନ୍ଦେହଜନକ ପରିସ୍ଥିତି ସୃଷ୍ଟି ହୋଇଛି । ମହିଳାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ତଦନ୍ତ କରୁଛି ଗଣିଆ ପୋଲିସ । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ସ୍ଥିତ ସନ୍ତୋଷ କୁମାର ସାହୁଙ୍କ ଝିଅ ସୋନାଲି ସାହୁ ଗଣିଆ ଥାନା ଅନ୍ତର୍ଗତ ବେଲପଡା ଗ୍ରାମର ରାଜନ କୁମାର ସାହୁଙ୍କୁ ସାତ ବର୍ଷ ପୂର୍ବରୁ ବୈଦିକ ରୀତିରେ ବିବାହ କରିଥିଲେ । ମୃତ ସୋନାଲିଙ୍କର ପାଞ୍ଚ ବର୍ଷ ଓ ଆଠ ମାସର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି । କିନ୍ତୁ ଦୀର୍ଘ ଦିନ ଧରି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ଯାହାର ପରିମାଣ ସୁରୂପ ଅକାଳରେ ଚାଲିଗଲା ଏଇ ନିରୀହ ଜୀବନ । ଗୁରୁବାର ଭୋର ସମୟରେ ସୋନାଲିକୁ ସ୍ୱାମୀ ରାଜନ ମାରି ଦଉଡ଼ିରେ ଟାଙ୍ଗି ଦେଇଥିବା ଅଭିଯୋଗ କରିଥିଲେ ଝିଅର ମା ସସ୍ମିତା । ସୋନାଲିକୁ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଣା ଯାଇଥିଲା । ସେଠାରେ ଡାକ୍ତର ମଧୁସୂଦନ ଦାସ ସୋନାଲିଙ୍କୁ ମୃତ ଘୋଷଣା କରିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଥାନାକୁ ଅବଗତ କରାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଂଚି ସ୍ୱାମୀ ରାଜନ କୁମାର ସାହୁଙ୍କୁ ଥାନାରେ ଅଟକ ପଚରା ଉଚରା କରୁଥିବା ବେଳେ ଶବକୁ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।

Exit mobile version