Site icon Awaj Media

ବାଲୁଗାଁ ଥାନା ଅଞ୍ଚଳରେ ବିଳମ୍ବିତ ରାତିରେ କବାଟ ତାଡି କଳାକନା ବୁଲେଇଲେ ଲୁଟେରା !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ଅଞ୍ଚଳରେ ମାତିଛନ୍ତି ଲୁଟେରା ! ଟାର୍ଗେଟ ରେ ରହିଛି ତାଲା ପଡ଼ିଥିବା ଘର । ଶନିବାର ବିଳମ୍ୱିତ ରାତିରେ ଦୁଇଟି ଘରର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନଗହଣା ସହ ଅନ୍ୟାନ୍ୟ ଆସବାବ ପତ୍ର ଚୋରି ହୋଇଛି । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଂଚଳରେ । ଏହାପରେ କଲୋନୀ ବାସି ଭୟଭୀତ ହୋଇ ପଡିଛନ୍ତି । ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ ମଧ୍ୟ ଚୋରଙ୍କ ଟେର ପାଉନି । ବାଲୁଗାଁ ହାଇସ୍କୁଲ ରୋଡ ସ୍ଥିତ ଜେନା କଲୋନୀରେ ଅବସ୍ଥିତ ପର୍ଶୁରାମ ବରାଳ ଓ ପଡୋଶୀ ଆଦର୍ଶ ପାଇକରାୟ କିଛିଦିନ ହେଲା ଅନୁପସ୍ଥିତ ଥିଲେ । ଏହାର ସୁଯୋଗ ନେଇ କେହି ଦୁର୍ବୁତ୍ତ ବିଳମ୍ୱିତ ରାତିରେ ଘରର ମୁଖ୍ୟ ଫାଟକ ତାଡି ଘରେ ପଶିଥିଲେ । ତେବେ ଆଦର୍ଶ ଙ୍କ ଘରୁ କୌଣସି ମୂଲ୍ୟବାନ ସାମଗ୍ରୀ ଚୋରି କରିବାରେ ବିଫଳ ହୋଇଥିବା ବେଳେ ପର୍ଶୁରାମ ଙ୍କ ଆଲମିରା ଭାଙ୍ଗି ଚାରିଭରି ଓଜନ ର ସୁନା ଅଳଙ୍କାର ଓ ନଗଦ ଦୁଇ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଥିଲେ । ବାଲୁଗାଁ ପୁଲିସ୍ ସାଇଣ୍ଟଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଛି । ମାତ୍ର ଲୁଟେରାଙ୍କ ଟେର ପାଉନି । ପ୍ରକାଶ ଯେ ଗତ ଚାରି ମାସ ତଳେ ଉକ୍ତ ଜେନା କଲୋନୀରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଚୋରି ହୋଇଥିଲା । ଉକ୍ତ ଘଟଣାରେ ଉକ୍ତ ଘଟଣାରେ ପୋଲିସ୍ ଏ ପର୍ଯ୍ୟନ୍ତ ଚୋରଙ୍କ ଟେର ପାଉନି । ତେବେ ସିରିଏଲ୍ ଚୋରି ରୋକିବାକୁ ରାତିରେ ପେଟ୍ରୋଲିଙ୍ଗ କଡାକଡି ନିମନ୍ତେ ଅଞ୍ଚଳବାସି ଦାବି କରୁଛନ୍ତି ।

Exit mobile version