Site icon Awaj Media

ବାଣପୁର ପଙ୍କାଳ ଗ୍ରାମରେ ଧାରୁଆ ଅସ୍ତ୍ର ଆକ୍ରମଣରେ ମହିଳାଙ୍କ ମୃତ୍ୟୁ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଥାନା ପଙ୍କାଳ ଗ୍ରାମରେ ଘଟିଛି ଲୋମହର୍ଷକ ଘଟଣା ! ଦୁଇ ଦେଢ଼ସୁର ଜଣେ ଦିଅର ଙ୍କ ଧାରୁଆ ଅସ୍ତ୍ର ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟିଥିବାର ଜଣାଯାଇଛି ! ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ପଙ୍କାଳ ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ପାରିବାରିକ କଳହର କରୁଣ ପରିଣତି ! ଦେଢ଼ସୁର ଓ ଦିଅର ର ଧାରୁଆ ଅସ୍ତ୍ରର ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ! ମୃତକ ମିନାକ୍ଷୀ ରାଉତରାୟ (୪୪) । ଖବର ମୁତାବକ ଆଜି ସକାଳେ ଘରୋଇ ବିବାଦକୁ ନେଇ ପଙ୍କାଳ ଗ୍ରାମର ସୁବାଷ ରାଉତରାୟ ଙ୍କ ପତ୍ନୀ ମିନାକ୍ଷୀ ରାଉତରାୟ ସୁବାଷଙ୍କ ଦୁଇ ବଡଭାଇ ଆଉ ଜଣେ ସାନ ଭାଇ ଖଣ୍ଡା, କାତି, ଭାଲି ଦ୍ଵାରା ମରଣାନ୍ତକ ଆକ୍ରମଣ କରିଥିଲେ ! ଘଟଣା ସ୍ଥଳରେ ମିନାକ୍ଷୀଙ୍କ ମୃତ୍ୟୁ ଘଟିଛି । ସଙ୍ଗେ ସଙ୍ଗେ ଗମ୍ଭାରୀ ମୁଣ୍ଡା ଫାଣ୍ଡି ଠୁ ଖବର ପାଇଁ ବାଲୁଗାଁ ଏଡିପିଓ ମାନସ ରଞ୍ଜନ ବାରିକ ବାଣପୁର ଥାନା ଆଇଆଇସି ଜୟ ପ୍ରକାଶ ପରିଡା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ଫେରାର ଅଛନ୍ତି ।

Exit mobile version