Site icon Awaj Media

ବାଣପୁର ଥାନା ଅଞ୍ଚଳରେ ଅବକାରୀ ଚଢ଼ାଉ : ଦେଶୀମଦ ଜବତ , ଜଣେ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାରଣଡିହ ଗ୍ରାମରେ ଅବକାରୀ ବିଭାଗ ଚଢ଼ାଉ କରି ଚୋରା ଦେଶୀ ମଦ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି । ସୂଚନା ମୁତାବକ ନାରଣଡିହ ଗ୍ରାମରେ ଦେଶୀ ମଦ କାରବାର ହେଉଥିବାର ବାଲୁଗାଁ ଅବକାରୀ ବିଭାଗ ନିକଟରେ ପୂର୍ବରୁ ଅଭିଯୋଗ ହେଉଥିବା ବେଳେ ଆଜି କୌଣସି ସୂତ୍ରରୁ ସୂଚନା ପାଇ ବାଲୁଗାଁ ଅବକାରୀ ଅଧିକାରୀ ମାନେ ନାରଣଡିହ ଗ୍ରାମରେ ଚଢ଼ାଉ କରି ତିରିଶ ଲିଟର ଚୋରା ଦେଶୀ ମଦ ଜବତ କରିବା ସହିତ ବେପାର କରୁଥିବା ବସନ୍ତ ମହାରଣା କୁ ଗିରଫ କରିଛନ୍ତି । ଏ ସଂକ୍ରାନ୍ତରେ ବାଲୁଗାଁ ଅବକାରୀ ବିଭାଗର ଅଧିକାରୀ ରୋହିତ କୁମାର ଦଣ୍ଡସେନା ସୂଚନା ଦେଇଛନ୍ତି ଯେ ଅଭିଯୁକ୍ତ ନାମରେ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯିବ। ତେବେ ବାଣପୁର ଅଂଚଳରେ ଚୋରା ଦେଶୀ ମଦ କାରବାର ହେଉଥିବା ବେଳେ ଅବକାରୀ ବିଭାଗର ଅଧିକାରୀ ମାନଙ୍କର ତ୍ୱରିତ ପଦକ୍ଷେପ ସର୍ବ ସାଧାରଣଙ୍କୁ ଆଶ୍ୱସ୍ତି ଆଣିଦେଇଛି ।

 

Exit mobile version