Site icon Awaj Media

ଟାଙ୍ଗୀ କନ୍ତଳବାଇ ଗ୍ରାମରେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟ୍ୟରେ ଗଣ୍ଡଗୋଳ !!!

Spread the love

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କନ୍ତଳବାଇ ଗ୍ରାମରେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟ୍ୟରେ ଗଣ୍ଡଗୋଳ । କନ୍ତଳବାଇ ଗ୍ରାମର ଗୋପୀନାଥ ମନ୍ଦିର ନିକଟରେ ଘଟିଛି ଗଣ୍ଡଗୋଳ । ଉଭୟ ପକ୍ଷଙ୍କ ଅଭିଯୋଗ କ୍ରମେ ଦୁଇଟି ମାମଲା ରୁଜୁ କରି ପୋଲିସ ତଦନ୍ତ କରି ୬ ଜଣଙ୍କୁ ଗିରଫ କରିଛି । ଗଣ୍ଡଗୋଳରେ ବ୍ୟବହୃତ ଦୁଇଟି ଖଣ୍ଡା ସହ ଗୋଟିଏ ଠେଙ୍ଗା ଓ ଗୋଟିଏ ଦାମୀ କାର ମଧ୍ୟ ଜବତ ହୋଇଛି । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କନ୍ତଳବାଇ ଗ୍ରାମରେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମୁହାଁ ମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ । ଶିବ ପ୍ରସାଦ ପରିଡା ଓ ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ସ୍ୱଦେଶ ରାଉତରାୟଙ୍କ ଗୋଷ୍ଠୀ ମଧ୍ୟ୍ୟରେ ଘଟିଥିଲା ଗଣ୍ଡଗୋଳ । ଖଣ୍ଡା , ଠେଙ୍ଗାରେ ହୋଇଥିଲା ଆକ୍ରମଣ ପ୍ରତି ଆକ୍ରମଣ ! ଗୋଟିଏ କାର୍ ଭଙ୍ଗାରୁଜା ହୋଇଛି । ଗିରଫ ମାନେ ହୋଇଛନ୍ତି ପୂର୍ବତନ ଟାଙ୍ଗୀ ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ସ୍ୱଦେଶ ରାଉତରାୟ , ଗୋବିନ୍ଦ ରାଉତରାୟ , ସ୍ନେହାଶିଷ ପରିଡା ଓ ଅନ୍ୟ ଗୋଷ୍ଠୀର ସଦାଶିବ ପରିଡା , ସୁର୍ଯ୍ୟକାନ୍ତ ପରିଡା ଓ ଶ୍ରୀକାନ୍ତ ପରିଡା । ଗିରଫ ବ୍ୟକ୍ତିମାନଙ୍କୁ କୋର୍ଟ ଚାଲାଣ କରିଛି ଟାଙ୍ଗୀ ପୋଲିସ୍ । ଏହାକୁ ନେଇ ଏବେବି କନ୍ତଳବାଇ ଗ୍ରାମରେ ଲାଗି ରହିଛି ଉତ୍ତେଜନା ।

Exit mobile version