Site icon Awaj Media

କଟକ ସହରରେ ତାଲିବାନୀ ଆଚରଣ ଦେଖାଇଥିବା ଦୁର୍ବୃତ୍ତ ଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କଲେ ହିନ୍ଦୁସେନାର ସଦସ୍ୟ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ସହର ରେ ଦୁର୍ବୃତ୍ତ ମାନଙ୍କ ତାଲିବାନୀ ଶାସନକୁ ବିରୋଧ କରିବା ସହିତ, ଦୁର୍ବୃତ୍ତ ମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କଲେ ହିନ୍ଦୁସେନାର ସଦସ୍ୟ ! ଗତ ଦୁଇ ଦିନ ତଳେ ଭାଇଚାରା ସହର କଟକରେ ଯେଉଁ ଭଳି ଘଟଣା ଘଟିଯାଇ ଥିଲା, ତାହା କଟକ ଇତିହାସରେ ପ୍ରଥମ ଥର ଦେଖିବାକୁ ମିଳୁଛି ! ସନ୍ଧ୍ୟା ସମୟରେ କଟକ ସେଲ୍ଟର ଛକରୁ ଚଣ୍ଡିଛକ ଦେଇ ମିଶନ ରୋଡ ପର୍ଯ୍ୟନ୍ତ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ, ଜଣେ ଯୁବକକୁ ଅମାନୁଷିକ ଭାବରେ ବାଇକ୍ ପଛ ପଟେ ବାନ୍ଧି ଟାଣି ଟାଣି ଦୌଡେଇବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ! ଦୁଃଖର ବିଷୟ ଯେ ଏହିଭଳି ନୃଶଂସ ତଥା ଅମାନୁଷିକ କାର୍ଯ୍ୟକୁ କେହି ପ୍ରତିବାଦ କଲେ ନାହିଁ ! ଏହା ବ୍ୟତୀତ ଦୁଇ ଦୁଇଟି ଟ୍ରାଫିକ ପୋଷ୍ଟ ଥାଇ ପୋଲିସ ଜାଣିପାରିଲେ ନାହି ଯାହାକି ଏକ ଚିନ୍ତନୀୟ ବିଷୟ !

କଟକ ଭଳି ଭାଇଚାରା ସହରରେ, ଏଭଳି ଏକ ତଲିବାନୀ ଶାସନର ଦୃଶ୍ୟକୁ ଘୋର ବିରୋଧ କରିବା ସହିତ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କଲେ ହିନ୍ଦୁସେନାର ସଦସ୍ୟ ! ସହରରେ ଏଭଳି ଘୃଣ୍ୟ କର୍ଯ୍ୟକୁ ବିରୋଧ କରିବା ସହିତ, ପୋଲିସ୍ ବିଭାଗ ଏଥିପ୍ରତି ଦୃଷ୍ଟନ୍ତମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ନିହାତି ଦରକାର ବୋଲି ସାଧାରଣରେ ଦାବି ହେଉଛି । ଏହି ବାବଦରେ ହିନ୍ଦୁସେନା ତରଫରୁ ଲାଲବାଗ ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରାଯାଇଛି । ୧୦୦ ରୁ ଅଧିକ ହିନ୍ଦୁସେନାର ସଦସ୍ୟ ଲାଲବାଗ ପୋଲିସ ଷ୍ଟେସନରେ ପହଞ୍ଚି, ଭାରପ୍ରାପ୍ତ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ଦାବୀପତ୍ର ପ୍ରଦାନ କରିଛନ୍ତି । ଯେଉଁଭଳି ଭାବେ ଜଣେ ବ୍ୟକ୍ତିଙ୍କ ହାତକୁ ଦଉଡିରେ ବାନ୍ଧି ଦୂର୍ବୁର୍ତ୍ତ ମାନେ ବହୁ ଦୂର ପର୍ଯ୍ୟନ୍ତ ଘୋଷାଡି ଘୋଷାଡି ନେଇଥିଲେ, ସେହିଭଳି ଭାବେ ଏହି ଦୁର୍ବୃତ୍ତ ମାନଙ୍କ ହାତକୁ ବାନ୍ଧି ରାସ୍ତାରେ ଚଲାଇ ଚଲାଇ କୋର୍ଟ ପର୍ଯ୍ୟନ୍ତ ନେବା ସହିତ ସମାଜକୁ ଆଇନ ଶଙ୍ଖଳା ରକ୍ଷା କରିବା ପାଇଁ ଏକ ବାର୍ତ୍ତା ଦିଆ ଯାଉ ବୋଲି ଦାବି କରିଛନ୍ତି ହିନ୍ଦୁ ସେନାର ସଦସ୍ୟ । ହିନ୍ଦୁସେନାର ରାଜ୍ୟ ସଭାପତି ଦେବାଶିଷ ରାଉତଙ୍କ ନେତୃତ୍ବରେ, ମୁଖ୍ୟ ଉପଦେଷ୍ଟା ସଂଜିତ ସାମଲ, କୋଷାଧ୍ୟକ୍ଷ ଅଭିଷେକ ଜେନା, ବରିଷ୍ଠ ସଦସ୍ୟ ଅଭିଜିତ ସିଂହ, ଛାତ୍ର ନେତା ଶୁଭମ୍ ନାୟକ, ଦିପ୍ତି ରଞ୍ଜନ ସ୍ବାଇଁ, ରାହୁଲ ପ୍ରଧାନ, ଅଶୋକ ରାଉତ ଓ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Exit mobile version