Site icon Awaj Media

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ : ହତ୍ୟା ଅଭିଯୋଗ କଲେ ପରିବାର ବର୍ଗ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନେମାଳ ଥାନା ବନ୍ଧକାଟିଆ ପଞ୍ଚାୟତର ସହଦେବପୁର ଗାଁ ରେ ଘଟିଥିଲା ଅଭାବନୀୟ ଘଟଣା । ସାଇକେଲ ଦୋକାନ ବାରଣ୍ଡାରୁ ଉଦ୍ଧାର ହୋଇଥିଲା ଯୁବକଙ୍କ ମୃତଦେହ । ମୃତ ଯୁବକ ହେଲେ ସହଦେବପୁର ଗ୍ରାମ ର ବୈଷ୍ଣବ ଚରଣ ଦାସ ଙ୍କ ପୁଅ ଚିତ୍ତରଞ୍ଜନ ଦାସ । ଚିତ୍ତରଞ୍ଜନ ପ୍ରତ୍ୟେକ ଦିନ ପରି ରାତିରେ ଖାଇସାରି ଗାଁ ରେ ଲକ୍ଷ୍ମୀ ପୂଜା ହେଉଥିବାରୁ ସେଠାକୁ ବୁଲିବାକୁ ଯାଆନ୍ତି । ଶନିବାର ଦିନ ମଧ୍ୟ ଘରେ ରାତିରେ ଖାଇସାରି ଲକ୍ଷ୍ମୀ ପୂଜା ମଣ୍ଡପ ପାଖକୁ ଯାଇଥିଲେ , ହେଲେ ଘରକୁ ଆଉ ରାତିରେ ଆସିନଥିଲେ ! ଘର ଲୋକମାନେ ଭାବିଥିଲେ ସେ ପୂଜା ମଣ୍ଡପ ରେ ଶୋଇଥିବ ବୋଲି । କିନ୍ତୁ ରବିବାର ଦିନ ଭୋରରୁ ଗ୍ରାମର ମହିଳା ମାନେ ଫୁଲ ତୋଳିବାକୁ ଯାଉଥିବା ବେଳେ ଦେଖିଥିଲେ ଦୋକାନ ଆଗରେ ଚିତ୍ତରଞ୍ଜନ ଙ୍କ ମୃତଦେହ ପଡ଼ିଛି । ଏ ସମ୍ପର୍କରେ ଗ୍ରାମବାସୀ ମାନେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ନିଜ ପୁଅର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏ ନେଇ ମୃତକଙ୍କ ବଡ଼ ଭାଇ ସୁବାସ ଚନ୍ଦ୍ର ଦାସ ନେମାଳ ଥାନା ରେ ଚିତ୍ତରଞ୍ଜନ ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ନେମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ କୁ ଜବତ କରିଵା ସହିତ ଘଟଣା ସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ମଗାଇ ତଦନ୍ତ କରିଥିଲେ । ଅଭିଯୋଗ କୁ ଭିତ୍ତି କରି ( କେସ୍ ନମ୍ବର ୧୫୫/୨୨)ମାମଲା ରୁଜୁ କରି ଶବ କୁ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ । ମୃତକ ଚିତ୍ତରଞ୍ଜନଙ୍କ ବେକ ଓ ଦେହ ପୋଡି ଯାଇଥିବାର ପୋଲିସ ଦେଖିବାକୁ ପାଇଥିଲା । ଚିତ୍ତରଞ୍ଜନ ଟେଣ୍ଟ ହାଉସ୍ କାମ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଖୁବ ଶୀଘ୍ର ଘଟଣାର ତଦନ୍ତ କରି ସତ୍ୟାସତ୍ୟ ସାମନାକୁ ଆଣିବା ପାଇଁ ପରିବାର ଲୋକ ଦାବୀ କରିଛନ୍ତି !

Exit mobile version