Site icon Awaj Media

ଦୁଇ ସାମ୍ବାଦିକଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ ପ୍ରତିବାଦରେ ବିଡ଼ିଓ ଙ୍କୁ ପ୍ରତିବାଦ ପତ୍ର ପ୍ରଦାନ କଲେ ନିଶ୍ଚିନ୍ତକୋଇଲି ବ୍ଲକ ସାମ୍ବାଦିକ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଦୁଇ ସାମ୍ବାଦିକଙ୍କୁ ମିଥ୍ୟା ଅଭିଯୋଗ ଗିରଫ ପ୍ରତିବାଦରେ ନିଶ୍ଚିନ୍ତକୋଇଲି ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ସାମ୍ବାଦିକ । ଭୁବନେଶ୍ୱର ଭରତପୁର ଥାନା ଅଧିନସ୍ଥ ଏକ ଘରୋଇ ହୋଟେଲ ଅନୈତିକ କାର୍ଯ୍ୟକଳାପ କରୁଥିବା ଖବର ପାଇ ଫୋକସ୍ ପ୍ଲସ ନିୟୁଜ୍ ଚ୍ୟାନେଲ ର ଦୁଇ ପ୍ରତିନିଧି ସେଠାରେ ପହଞ୍ଚି ଖବର କରିଥିଲେ । ଉପଯୁକ୍ତ ପ୍ରମାଣ ପାଇ ସେହି ଖବର କୁ ଉକ୍ତ ଚ୍ୟାନେଲରେ ଖୁଲାସା କରିଥିଲେ । ଉକ୍ତ ଘରୋଇ ହୋଟେଲ ମାଲିକ ନିଜ ଦୁର୍ବଳତା ଲୁଚାଇବା ପାଇଁ ସାମ୍ବାଦିକ ମାନେ ଦାଦା ବଟି ମାଗୁଥିବା ରାଣା ପ୍ରତାପ ମହାପାତ୍ର ଓ ଦେବତୋଷ ନାୟକ ଦୁଇ ସାମ୍ବାଦିକ ଙ୍କ ନାଁ ରେ ଭରତପୁର ଥାନା ରେ ଏକ ଅଭିଯୋଗ କରିଥିଲେ । ଭରତପୁର ପୋଲିସ ଘଟଣାର ତଦନ୍ତ ନକରି ଦୁଇ ସାମ୍ବାଦିକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ରାଜଧାନୀ ର ଛାତି ଉପରେ ବେଧଡକ‌ ଭାବେ ଅନୈତିକ କାର୍ଯ୍ୟକଳାପ ଚାଲୁଛି । ପୋଲିସ କଣ ଏହାର ସୁରାକ ପାଉନାହିଁ ନାଁ ଏଥିରେ ପୋଲିସ ର ହାତ ଅଛି । ଘରୋଇ ହୋଟେଲ ରେ ଚାଲିଥିବା ଅନୈତିକ କାର୍ଯ୍ୟକଳାପ ଘଟଣାରେ ପୋଲିସ ନିଜ ଦୁର୍ବଳତା ଲୁଚାଇବା ଯାଇ ତୁରନ୍ତ ସାମ୍ବାଦିକ ଙ୍କୁ ଗିରଫ କରିଥିବା ଅଭିଯୋଗ ହୋଇଛି । ମିଥ୍ୟା ଅଭିଯୋଗ ରେ ସାମ୍ବାଦିକ ଗିରଫ ପ୍ରତିବାଦରେ ନିଶ୍ଚିନ୍ତକୋଇଲି ବ୍ଲକ ର ସାମ୍ବାଦିକ ଅକ୍ଷୟ କୁମାର ସିଂହ, ଡମ୍ବରୁଧର ବେହେରା, ରାଜେନ୍ଦ୍ର କୁମାର ବେହେରା, ମହେନ୍ଦ୍ର ନାଥ ସାହା, ସରୋଜ କୁମାର ସିଂହ, ଫାଲ୍ଲଗୁନୀ ପ୍ରସାଦ ପଣ୍ଡା, ବିନୟ କୁମାର ଦାସ, ପ୍ରଫୁଲ୍ଲ କୁମାର ମହାପାତ୍ର, ଅମିୟରଞ୍ଜନ ବିଶ୍ଵାଳ, ମଞ୍ଜୁଲତା ବିଶ୍ୱାଳ , ପ୍ରଫୁଲ୍ଲ କୁମାର ମହାପାତ୍ର, ପ୍ରଶନ୍ନ କୁମାର ମହାପାତ୍ର ପ୍ରମୁଖ ନିଶ୍ଚିନ୍ତକୋଇଲି ବ୍ଲକ ର ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ‌ ଙ୍କ ଜରିଆରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଗୃହ ବିଭାଗ ଓଡ଼ିଶା ଙ୍କୁ ଦାବୀପତ୍ର ପ୍ରେରଣ କରିଛନ୍ତି ।

Exit mobile version