Site icon Awaj Media

ରୋଡ ରୋମିଓଙ୍କୁ ନିସ୍ତାର ନାହିଁ : ଜାରି ହେଲା ଜରୁରୀକାଳୀନ ନମ୍ବର !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ବାଣପୁର ତଥା ଚିଲିକା ଅଂଚଳରେ ଦିନକୁ ଦିନ ରୋଡ ରୋମିଓଙ୍କ ଦୈରାମ୍ୟ ବଢ଼ିବାରେ ଲାଗିଲାଣି । କିଛିଦିନ ହେଲା ବାଲୁଗାଁ ଉପଖଣ୍ଡ ଅଧିନ ବିଭିନ୍ନ ଥାନା ଅଞ୍ଚଳରୁ କେତେକ ରୋଡ଼ ରୋମିଓଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ହେଲେ ଏହାକୁ ଖାତିର ନକରି କିଛି ରୋଡ ରୋମିଓ ଗ୍ରାମ ଛକ, ଖଟି ସ୍ଥଳ ଓ ନିଛାଟିଆ ଜାଗାରେ ଛିଡା ହୋଇ ରାସ୍ତାରେ ଯାଉଥିବା ସ୍କୁଲ ଆଉ କଲେଜ ଛାତ୍ରୀଙ୍କୁ ଦେଖି କମେଣ୍ଟ ମାରୁଥିବା ଅଭିଯୋଗ ହେଉଛି । ତେବେ ରୋଡ ରୋମିଓଙ୍କୁ ଏବେ ଆଉ ନିସ୍ତାର ନାହିଁ । କାରଣ ଏହାକୁ ସମ୍ପୁର୍ଣ୍ଣ ଦମନ କରିବା ନିମନ୍ତେ ପୋଲିସ ଅଣ୍ଟା ଭିଡ଼ିଛି । ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ନିଜର ଓ ଅଧିନସ୍ଥ ବିଭିନ୍ନ ଥାନା ଅଧିକାରୀ ମାନଙ୍କ ମୋବାଇଲ ନମ୍ବର କୁ ସାର୍ବଜନିନ କରିଛନ୍ତି । ବାଲୁଗାଁ ଥାନା ଅଧିକାରୀ:-(୭୦୦୮୩୨୩୮୦୭), ବାଣପୁର ଥାନା ଅଧିକାରୀ:-(୮୬୩୭୨୨୫୦୫୯), ଟାଙ୍ଗୀ ଥାନା ଅଧିକାରୀ:-(୭୯୭୮୧୯୭୬୯୫) ଓ ନିରାକାର ପୁର ଥାନା ଅଧିକାରୀ:-(୮୭୬୩୯୬୫୭୦୫) ଆଦି ନମ୍ବର ରେ ଯୋଗାଯୋଗ କରି ପାରିବାରେ ଯଦି କିଛି ଅସୁବିଧା ହୁଏ ତେବେ ବାଲୁଗାଁ ଏସଡିପିଓ :-(୯୦୭୮୯୩୪୯୩୪)ଙ୍କ ନମ୍ବର ରେ ତୁରନ୍ତ ଅଭିଯୋଗ କରିବାକୁ ଏସଡିପିଓ ଶ୍ରୀ ବାରିକ ନିଜ ଟୁଇଟର ଜରିଆରେ ସୂଚନା ଦେଉଛନ୍ତି । ରୋଡ ରୋମିଓ ଙ୍କ ଦ୍ୱାରା ଅଶ୍ଲୀଳ ଇଂଗିତ ଶିକାର ହୋଇଥିବା ପୀଡ଼ିତା ନିଜ ଅଞ୍ଚଳର ପୋଲିସ ଅଧିକାରୀ ଙ୍କୁ ଅଭିଯୋଗ କରିପାରିବେ ବୋଲି ଏସଡିପିଓ କହିଛନ୍ତି ।

Exit mobile version