Site icon Awaj Media

ପାରାଦୀପ ବନ୍ଦର ଲେବର ଟ୍ରଷ୍ଟି ନିର୍ବାଚନ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ !!!

Spread the love

ପାରାଦୀପ ( ଆୱାଜ ମିଡିଆ ) – ଚକ୍ରବର୍ତ୍ତୀ ଓତା : ଆସନ୍ତା ୨୮ ତାରିଖ ରେ ପାରାଦୀପ ବନ୍ଦର ଲେବର ଟ୍ରଷ୍ଟି ନିର୍ବାଚନ ହେବାକୁ ଥିବାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ | ଗତକାଲି ବିଳମ୍ବିତ ରାତ୍ରୀ ରେ ପାରାଦୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘର ଜଣେ ସମର୍ଥକ ତଥା ବନ୍ଦର କର୍ମଚାରୀ ଦେବପ୍ରସାଦ ସାହୁଙ୍କୁ ଭୁଜାଲିରେ ଆକ୍ରମଣ ହୋଇଥିବା ଜଣାପଡିଛି | ତାଙ୍କୁ ରାଜେଶ ପଟ୍ଟନାୟକ ଓ ଶ୍ରୀକାନ୍ତ ରାଏ ଚାରିଜଣ ଦୁର୍ବୁତ୍ତ ଙ୍କୁ ଚିହ୍ନାଇ ଦେବା ପରେ ଦୁର୍ବୁତ୍ତ ମାନେ ତାଙ୍କୁ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ କରିଛନ୍ତି | ତାଙ୍କ ମୁଣ୍ଡ ଓ ପିଠି ରେ ଗଭୀର ଆଘାତ ଲାଗିଥିଲା ବେଳେ ସେ କଟକ ଡାକ୍ତରଖାନା ସ୍ଥାନାନ୍ତର ହୋଇଛନ୍ତି |

ଅନ୍ୟପକ୍ଷରେ ଆକ୍ରମଣ ର ଶିକାର ହୋଇଥିବା ଦେବ ଓ ଅନ୍ୟମାନେ ଟ୍ରଷ୍ଟି ପ୍ରାର୍ଥୀ ଶ୍ରୀକାନ୍ତ ଙ୍କୁ ଆକ୍ରମଣ କରିଥିବା ଓ ଏହା ଶ୍ରମିକ ନେତା ବାପି ସର୍ଖଲେ ଙ୍କ ପ୍ରରୋଚନାରେ ହୋଇଥିବା ଶ୍ରୀକାନ୍ତ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି | ପରସ୍ପର ପରସ୍ପରକୁ ଆକ୍ରମଣ ପ୍ରତି ଆକ୍ରମଣ ଅଭିଯୋଗ ନେଇ ପାରାଦୀପ ଆଦର୍ଶ ଥାନା ପକ୍ଷରୁ ଦୁଇଟି ମାମଲା ରୁଜୁ କରାଯାଇଥିବା ବେଳେ ଶ୍ରମିକ ସଂଘ ମଧ୍ୟରେ ଟ୍ରଷ୍ଟି ନିର୍ବାଚନ କୁ ନେଇ ଏବେ ଛକାପଞ୍ଝା ଲାଗି ରହିଛି !

Exit mobile version