Site icon Awaj Media

ନୟାଗଡ ପୁଲିସ କବଜାରେ କୁଖ୍ୟାତ ଡକାୟତ ଗ୍ୟାଙ୍ଗ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ୱଭୂଷଣ ମହାପାତ୍ର : ନୟାଗଡ଼ ପୁଲିସ କୁ ମିଳିଲା ସଫଳତା ! ଏକ କୁଖ୍ୟାତ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବା ସହ ୨ ଜଣ ଚୋରା ସୁନା ବେପାରୀଙ୍କୁ ଗିରଫ କରିଛି ନୟାଗଡ ପୁଲିସ । ସେମାନଙ୍କ ଠାରୁ ବିପୁଳ ପରିମାଣର ସୁନା ଅଳଙ୍କାର ଜବତ ହୋଇଥିବା ବେଳେ ଏନେଇ ଟାଉନ ଥାନା ପରିସରରେ ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହି ସାମ୍ବାଦିକ ସମ୍ମିଳନିରେ ସୁଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ଫତେଗଡ଼ ଥାନା ଗୋଳାପୋଖରୀ ଗ୍ରାମର ଶଙ୍କର ପଲେଇ, ଓଡ଼ଗାଁ ଥାନା ଭାଡ଼ିକିଳା ଗ୍ରାମର ମନୋରଞ୍ଜନ ମହାରଣା, ବାଉଁଶିଆପଡ଼ା ଗ୍ରାମର ଶରତ ଚନ୍ଦ୍ର ମହାରଣା, ଇଟାମାଟି ଥାନା ମଜୁରିଆପଲ୍ଲୀ ଗ୍ରାମର ରମେଶ ଲେଙ୍କା, ନାରାୟଣ ପାଟଣା ଗ୍ରାମର ଲିଟୁ ସ୍ବାଇଁ, ଓଡ଼ଗାଁ ଥାନା ଭାଡିକିଳା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାରଣା ଏବଂ ଗିରଫ ହୋଇଥିବା ସୁନା ବେପାରୀ ହେଲେ ଇଟାମାଟି ଥାନା କୃଷ୍ଣପ୍ରସାଦ ଗ୍ରାମର କାଳନ୍ଦୀ ସୁବୁଦ୍ଧି, ନୟାଗଡ଼ ସହରର ସିଭିଲ କୋର୍ଟ ସାହିର ସଞ୍ଜୟ ସିର୍କେ । ପୁଲିସ ସେମାନଙ୍କ ଠାରୁ ସୁନା ଚେନ, ରାଣୀ ହାର, ଶଙ୍ଖା, ମୁଦି, କାନଫୁଲ, ପାଉଁଜି, ରୁପା ଗିନା, ରୁପା ମୂର୍ତ୍ତି ଜବତ କରିଛି । ନୟାଗଡ଼ ଏସଡିପିଓ ଶୁଭେନ୍ଦୁ ସିହ୍ନା ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲାବେଳେ ନୟାଗଡ଼ ଏସପିଙ୍କ ନେତୃତ୍ବରେ ପୁଲିସ ଡକାୟତ ଦଳଙ୍କୁ ଧରିବାରେ ହୋଇଥିବା ସୁଚନା ଦେଇଛନ୍ତି । ଏହି ଡ଼କାୟତ ଗ୍ୟାଙ୍ଗକୁ ଧରିବାରେ ନୟାଗଡ଼ ଟାଉନ ଥାନା ଅଧିକାରିଣୀ ପ୍ରଜ୍ଞା ପାରମିତା ଜେନା, ଖଣ୍ଡପଡା ଥାନା ଅଧିକାରୀ ରମେଶ ଦେବତା, ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁ, ଏସଆଇ ଧର୍ମେନ୍ଦ୍ର ଶିଆଳ, ସଞ୍ଜୟ ନାୟକଙ୍କ ସମେତ ବହୁ ପୋଲିସ କର୍ମଚାରୀ ସାମିଲ ଥିଲେ ।

Exit mobile version