Site icon Awaj Media

ଗୋପୀନାଥପୁରରେ ରାତି ଅଧିଆ ଘରେ ପଶି କଳାକନା ବୁଲାଇଲେ ଲୁଟେରା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଅଞ୍ଚଳରେ ରେ ଦିନକୁ ଦିନ ଚୋର ଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି ! ଗତ କିଛି ଦିନ ତଳେ ବାଲୁଗାଁ ଅଞ୍ଚଳ ଜେନା କଲୋନୀ ରୁ ଚୋରି ହାଇଥିଲା l ତେବେ ଗତକାଲି ବିଳମ୍ବିତ ରାତିରେ ଆଉ ଥରେ ଚୋରି ହୋଇଥିବା ଘଟଣା ସାମ୍ନା କୁ ଆସିଛି । ଶୀତ ବଢିବା ଯୋଗୁଁ ବିଳମ୍ବିତ ରାତିର ସୁଯୋଗ ନେଇ ଏହାର ଫାଇଦା ଉଠାଉଛନ୍ତି ଲୁଟେରା ! ବାଣପୁର ଗୋପୀନାଥପୁର ରୋଡ଼ କୁ ଲାଗି ଶୁଭଶ୍ରୀ ଭବନ ଥିବା ବେଳେ ଏହି ଘରଟି ଜଣେ ଅବସାରପ୍ରାପ୍ତ ଭାରତୀୟ ନୌସେନା କର୍ମଚାରୀ ପ୍ରମୋଦ କୁମାର ରଣା ଙ୍କ ବାସଭବନ। କିଛି ଦିନ ହେବ ସେ ଘରକୁ ତାଲା ପକାଇ ବାହାରକୁ ଯାଇଥଲେ, ଏହାର ଫାଇଦା ନେଇ ଗତକାଲି ବିଳମ୍ବିତ ରାତିରେ ଚୋର ମାନେ ପ୍ରଥମେ ଗେଟ ଚାବି ଭାଙ୍ଗି ଭିତରକୁ ପ୍ରବେଶ କରିଛନ୍ତି ଓ ତାପରେ କବାଟ ତାଲା, ସିନ୍ଦୁକ, ଆଲମିରା ତାଲା କାଟି ବିଭିନ୍ନ ସାମଗ୍ରୀ, ସୁନା ଗହଣା ସହିତ କିଛି ଟଙ୍କା ନେଇଥବା ଅନୁମାନ କରାଯାଉଛି । କିନ୍ତୁ ଆକଳନ କଲେ ତାହା କେତେ ଚୋରି ହୋଇଛି ଜଣା ପଡିବ ବୋଲି ପଡିଶା ଲୋକଙ୍କ ଠାରୁ ସୂଚନା ମିଳୁଛି । ବାଲୁଗାଁ ବାଣପୁର ଅଞ୍ଚଳରେ ବାରମ୍ବାର ଚୋରି ରାହାଜାନି ହେବା ଯୋଗୁଁ ଜନସାଧାରଣ ମାନେ ଚୋରୀ ଭୟରେ ଅଛନ୍ତି ! ଏଥିପ୍ରତି ପୋଲିସ ପ୍ରଶାସନ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସାଧାରଣରେ ଦାବି ହେଉଛି ।

Exit mobile version