Site icon Awaj Media

ଦୁର୍ଦ୍ଦାନ୍ତ ଅପରାଧୀ ବିକାଶକୁ ହାଣି ହାଣି ହତ୍ୟା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ପୁଲିସ୍ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ଦୁର୍ଦାନ୍ତ ଅପରାଧି ବିକାଶ ବେହେରାକୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଛନ୍ତି ଗୋଟିଏ ଗୋଷ୍ଠୀ। ଦଶପଲ୍ଲା ଥାନା ମଧ୍ୟଖଣ୍ଡ ପଂଚାୟତ ତେନ୍ତୁଳିଆପଲ୍ଲୀରେ ଦୀପାବଳୀ ଉତ୍ସବ ପାଳନ ଅବସରରେ ବାଣ ଫୁଟାଇବା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଏହି ଗଣ୍ଡଗୋଳକୁ ବିକାଶ ହିଁ କରେଇଥିବା ଜଣାପଡିଛି। ଗାଁରେ ଦୀପାବଳି ଉପଲକ୍ଷେ ବାଣ ଫୁଟାଇ ଖୁସି ମନାଉଥିବା ବେଳେ ବିକାଶ ସେଥିରେ ରୋକ ଲଗେଇଥିଲା। ଗାଁ ରେ କେହି ଦୀପ ଜାଳି ପାରିବେନି କି ବାଣ ଫୁଟେଇ ପାରିବେନି କହି ନିଜେ ରଖିଥିବା ଚୋରା ବନ୍ଧୁକରେ ବ୍ଲାଙ୍କ ଫାୟରିଂ କରିଥିଲା। ଏହାକୁ ଦେଖି ଗାଁ ଲୋକେ ଭୟଭୀତ ହୋଇଯାଇଥିଲେ। କିନ୍ତୁ ଅନ୍ୟ ଏକ ଗୋଷ୍ଠୀ ବିକାଶକୁ ବିରୋଧ କରି ଯୁକ୍ତିତର୍କ ତାପରେ ଗଣ୍ଡଗୋଳ କରିଥିଲେ। ଏଥିରେ ଉତଖ୍ରୀପ୍ତ ହୋଇ ଅନ୍ୟ ଗୋଷ୍ଠୀ ବିକାଶକୁ ଛୁରା ମାଡ଼ କରିଥିଲେ। ଜୀବନ ବିକଳରେ ଏଣେତେଣେ ଦୌଡୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ ତାକୁ ହତ୍ୟା କରିଥିଲେ। ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପ୍ରଥମେ ଦଶପଲ୍ଲା ଓ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ନୟାଗଡ଼ରେ ଡାକ୍ତର ବିକାଶକୁ ମୃତ ଘୋଷଣା କରିଥିଲେ। ଟାଉନଥାନା ପୁଲିସ ବିକାଶର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହି ଘଟଣାକୁ ନେଇ ଦଶପଲ୍ଲା ପୁଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି। ସୂଚନାଯୋଗ୍ୟ ଦଶପଲ୍ଲା ଥାନା ମଧ୍ୟଖଣ୍ଡ ଭିଏଲଡବୁ ଗୁଳିକାଣ୍ଡ ଓ ଡାକ୍ତରଙ୍କଠାରୁ ଲୁଟ ଘଟଣାର ବିକାଶ ମୁଖ୍ୟ ଅଭିଯୁକ୍ତ ଥିଲା। ପୂର୍ବରୁ ମଧ୍ୟ ବିକାଶ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ଚୋରି, ଡକାୟତି, ହତ୍ୟା, ଧମକ ଦେବା ମାମଲାରେ ୧୫ରୁ ଉର୍ଦ୍ଧ୍ବ ମାମଲା ଥିବା ଜଣାପଡ଼ିଛି। ହେଲେ ସାଧାରଣରେ ପ୍ରଶ୍ନ ଉଠୁଛି ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ନାଁରେ ଏତେ ମାମଲା ଥାଇ ବି ସେ ଖୁଲମଖୁଲା ବୁଲୁଥିବା ବେଳେ ପୋଲିସ ଗିରଫ କରୁନଥିଲା କାହିଁକି ? ବିକାଶର ମୃତ୍ୟୁକୁ ନେଇ ପରିବାର ଲୋକେ କାନ୍ଦୁଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ଗୋଟେ ଗ୍ରହ ଗଲା ବୋଲି ଜନସାଧାରଣ ଆଲୋଚନା କରୁଛନ୍ତି।

Exit mobile version