Site icon Awaj Media

ପାରିବାରିକ କଳହ ରୁ ନାବାଳିକା ଙ୍କ ଆତ୍ମହତ୍ୟା !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟିକଟା ପଞ୍ଚାୟତର ଅନାମ ଦାସ ଛକ ଗ୍ରାମ ର କାଁହୁ ଚରଣ ବେହେରା ଙ୍କ ନାବାଳିକା ଝିଅ ନିଜ ଘରେ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି | ପାରିବାରିକ କଳହ ରୁ ଉକ୍ତ ନାବାଳିକା ଜଣକ ନିଜ ଘରେ ଆତ୍ମହତ୍ୟା କରିଥିବା କଥା ମୃତ ନାବାଳିକା ଙ୍କ ବାପା ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଆକାରରେ ଜଣାଇଛନ୍ତି | ସୂଚନା ଅନୁସାରେ ଉକ୍ତ ନାବାଳିକା ଙ୍କର ପରିବାରରେ ସେମିତି ବିଶେଷ କିଛି କଳହ ନଥିଲା | ତେବେ ଏକ ଛୋଟ ଘଟଣାକୁ ନେଇ ନାବାଳିକା ଜଣକ ଦଉଡି ଲଗାଇ ଝୁଲି ପଡିବାରୁ ଙ୍କୁ , ପରିବାର ଲୋକେ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଘଟଣାସ୍ଥଳରେ ନିଶ୍ଚିନ୍ତକୋଇଲି ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ କଟକ ବଡ଼ ଡାକ୍ତରଖାନା କୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି |

Exit mobile version