Site icon Awaj Media

ଗତବର୍ଷ ବାଘ ଛାଲ ଜବତ ଘଟଣାରେ ଫେରାର ଥିବା ଆଉ ଜଣେ ଅଭିଯୁକ୍ତ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସରକାର ଜଙ୍ଗଲ ଜୀବଜନ୍ତୁ ଙ୍କ ସୁରକ୍ଷା ନିମନ୍ତେ ବିଭିନ୍ନ ଆଇନ ପ୍ରଣୟନ କରିଥିଲେ ବି ଅବାଧ ଶିକାର ଯୋଗୁଁ ଲୋପ ପାଇବାକୁ ବସିଲେଣି ଅନେକ ଜଙ୍ଗଲ ଜୀବଜନ୍ତୁ ! ଶିକାରୀ ମାନେ ଶିକାର କରି ସମ୍ବର, ମିରିଗ, ହରିଣ, କୁଟୁରା, ବାଘ ଓ ବାରହା ପରି ନିରୀହ ବନ୍ୟ ପ୍ରାଣୀ କୁ ମାରି ମାଂସ, ନଖ, ଦାନ୍ତ, ସିଙ୍ଗ ଓ ଚମଡା କୁ ଆଣି ଚୋରା ଚାଲାଣ କରୁଥିବା ନଜରକୁ ବହୁବାର ଆସିଛି ! କିନ୍ତୁ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅଞ୍ଚଳ ରେ କିଛି ଶିକାରୀ ଙ୍କ ଠାରୁ ବେଆଇନ ବାଘ ଛାଲ ଜବତ କରାଯାଇଛି, ଏହି ବେଆଇନ ବାଘ ଛାଲ ଜବତ ଅଭିଯୋଗରେ ଭୁବନେଶ୍ୱର ଏସଟିଏଫ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମର ରତ୍ନାକର ସାହୁଙ୍କୁ ଗିରଫ କରିଥିବା ବେଳେ ଉକ୍ତ ଘଟଣାରେ ଆଉ ତିନି ଅଭିଯୁକ୍ତ ଫେରାର ଥିଲେ l ତେବେ ଏ ସଂକ୍ରାନ୍ତରେ ଏସଟିଏଫ କେସ ନମ୍ବର ୩୮/୨୧ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଉକ୍ତ ଘଟଣାରେ ଫେରାର ଥିଲେ, ବର୍ଷକ ପରେ ଅର୍ଥାତ ଏବେ ଫେରାର ଥିବା ଅଭିଯୁକ୍ତ ମଧ୍ୟରୁ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ l ଗିରଫ ଅଭିଯୁକ୍ତ ଜଣକ ହେଲେ ବାଣପୁର ଗମ୍ଭାରୀମୁଣ୍ଡା ଅଞ୍ଚଳ ର ଘାସେଡ଼ିହ ଗ୍ରାମ ବାଉରୀ ସାହିର ଶେଖ ସାହାଜାନ ବୋଲି ସୂଚନା ମିଳିଛି। ଗିରଫ ଅଭିଯୁକ୍ତକୁ ବାଣପୁର ଜେ.ଏମ. ଏଫ.ସି କୋର୍ଟରେ ଏସଟିଏଫ ରେ ହାଜର କରିଥିବା ବେଳେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବାଣପୁର ସବ ଜେଲକୁ ପଠାଇଥିବାର ସୂଚନା ମିଳିଛି l ବର୍ତ୍ତମାନ ପରିସ୍ଥିତି କୁ ନଜର କଲେ ଏକ ପ୍ରକାର ଜଙ୍ଗଲ ମାଫିଆଙ୍କ ମନରେ ଛନକା ପଶିଛି ବୋଲି ଚାରିଆଡେ ଚର୍ଚ୍ଚା ହେଉଛି l

Exit mobile version