ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : Service Above self ସ୍ଲୋଗାନ ଦେଇ ସମଗ୍ର ବିଶ୍ବରେ ସମାଜସେବା ଜାରି ରଖିଛି ରୋଟାରୀ କ୍ଲବ ! ଅସହାୟ ଙ୍କୁ ସାହାଯ୍ୟ କ୍ଷେତ୍ରରେ ନିଆରା ଉଦାହରଣ ସୃଷ୍ଟି କରିଛି ଏହି ଆନ୍ତର୍ଜାତୀୟ ଲୋକ ସଂଗଠନ ! ହେଲେ ସଂଗଠନର ନାଁ କୁ ବ୍ୟବହାର କରି କିଛି ଅସାଧୁ ବ୍ୟକ୍ତି , ଜମି ମାଫିଆ ନିଜକୁ ସଚୋଟ ପ୍ରମାଣ କରିବାର ଅଭିନୟ କରୁଛନ୍ତି ! ଏପରି ଘଟଣା ଉପରୁ ଆମେ ଉଠାଇବୁ ପରଦା ! ଆୱାଜ ମିଡ଼ିଆ ପାଖରେ ପଟିଆ ଅଞ୍ଚଳର ଏପରି ଜଣେ ଜମି ମାଫିଆ ଙ୍କ ପୁରା ଜାତକ ! କଣ କରିଛନ୍ତି ଘୋଟଲା , କେଉଁ ଜମି କରିଛନ୍ତି ହଡପ , କେତେ ଅସହାୟ ଙ୍କ ତଣ୍ଟିରେ ଖୋଜ ପକାଇ ନିଜେ କୋଟିପତି ହୋଇଛନ୍ତି – ସେସବୁ ଆସିବ ଲୋକଲୋଚନକୁ ! ଶୁଣିବାକୁ ମିଳୁଛି ଏବେ କୁଆଡେ ମହାଶୟ ରୋଟାରୀ ସଂଗଠନର ଏକ ବଡ ପଦବୀ ହାତେଇବା ପାଇଁ ଦିନ ରାତି ଏକ କରିଛନ୍ତି ! ଉଚ୍ଚାରଣରେ ଖାଲି ସେବା ଆଉ ସହାୟତା , ହେଲେ ରୋଟାରୀଆନ ମାନେ ଜାଣିବା ଦରକାର ସେ ମହାଶୟ ଙ୍କର ଅସଲ ଆଚରଣ ! ରୋଟାରୀ ପରି ଏକ ମହାନ ସଂଗଠନର ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଗଲେ , କଣ ଯେ କରି ବସିବେ ତାହା ଭାବିବା ମୁସ୍କିଲ !
ରୋଟାରୀ ବ୍ରାଣ୍ଡ କୁ ସମାଜସେବାର ଢାଲ କରିଛନ୍ତି କୁଖ୍ୟାତ ଜମି ମାଫିଆ !!!

