Site icon Awaj Media

ବିରାଟ ଶାଳ ଗଣ୍ଡି ସହ ଗାଡ଼ି ଜବତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ବନ ବିଭାଗର କବଜାରେ ବିରାଟ ଶାଳ ଗଣ୍ଡି ସହ ଟାଟା ଏସି ଗାଡ଼ି , ହେଲେ ସବୁଥର ପରି କାଠ ମାଫିଆ ଚମ୍ପଟ ! କାଗଜପତ୍ର ରେ ମାଫିଆ ଙ୍କୁ ଖୋଜୁଛି ବନବିଭାଗ । ଖବରରୁ ପ୍ରକାଶ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମହିପୁର ବନାଞ୍ଚଳ ଅଧୀନରେ ଥିବା ଗୁମୀ ଫରେଷ୍ଟର ରଗଡ଼ିମଡା ସଂରକ୍ଷିତ ଜଙ୍ଗଲ ବାଡିବାରୀ ଅଂଚଳରୁ ପେଟ୍ରୋଲିଙ୍ଗ ସମୟରେ ଏକ ଟାଟା ଏସି (OD-25 3598) ନମ୍ବର ସହିତ ପାଞ୍ଚ ଫୁଟ ଗୋଲେଇ ର ଶାଳ ଜବତ କରିଛି ବନ ବିଭାଗ ! ୧୩ / ୨୨ ରେ କେଶ କାଟି ତଦନ୍ତ ଆରମ୍ଭ କରିଥିବା ବେଳେ ଜବତ ଶାଳ ଗଣ୍ଡିର ମୂଲ୍ୟ ୬୦ ହଜାରରୁ ଅଧିକ ହେବ ବୋଲି ସୁଚନା ଦେଇଛନ୍ତି ।

Exit mobile version