Site icon Awaj Media

କଳାପଥର ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ ନାମରେ ଲକ୍ଷାଧିକ ଟଙ୍କା ଚଳୁ : ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ରାଜ୍ୟ ସରକାର 5T ଯୋଜନା ମାଧ୍ୟମରେ ବିଦ୍ୟାଳୟ ଗୁଡିକର ଗୁଣାତ୍ମକ ମାନର ବିକାଶ କୁ ନେଇ କୋଟି କୋଟି ଟଙ୍କା ର ବ୍ୟୟ ଅଟକଳ କରୁଛନ୍ତି ! ବିଦ୍ୟାଳୟ ର ପରିବେଶ ଓ ଶ୍ରେଣୀଗୃହ ସହିତ ଖେଳ ପଡିଆ ଉନ୍ନତି କରଣ କୁ ନେଇ ଚାଲିଛି ରୂପାନ୍ତରୀକରଣ ପ୍ରକ୍ରିୟା ! ଏହା ପାଇଁ ଖର୍ଚ୍ଚ ହେଉଛି ଅଜସ୍ର ଟଙ୍କା ! ହେଲ ଏହା କେବଳ ନିର୍ମାଣ କାମ ନାମରେ ସରକାରୀ ଅର୍ଥ କୁ ଚଳୁ କରାଯାଇଥିବା ସିଧାସଳଖ ଅଭିଯୋଗ ଆଣିଛନ୍ତି ବାଙ୍କୀ କଳାପଥର ଧଳାପଥର ସରକାରୀ ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର ଓ ଆଲୁମିନି କମିଟିର ସଭାପତି ! ଏହି ବିଦ୍ୟାଳୟଟିର ରୂପାନ୍ତରୀକରଣ ପାଇଁ ରାଜ୍ୟ ସରକାରଙ୍କ 5T ରୁ ୧୭ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ଏଠି କେବଳ ପୁରୁଣା କାନ୍ଥ ରେ ଚୂନ ବୋଳି ଦେଇ ସରକାରୀ ଅର୍ଥ କୁ ଚଳୁ କରିଦିଆଯାଇଛି ବୋଲି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଖୋଦ ବିଦ୍ୟାଳୟ ଆଲୁମିନି କମିଟି ର ସଭାପତି ପ୍ରଦୀପ୍ତ ପଟ୍ଟନାୟକ ! ସେପଟେ ପୂର୍ବ ରୁ ଯେଉଁଭଳି ବିଦ୍ୟାଳୟ ଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା ଏବେ ଵି ସେହି ଭଳି ରହିଛି ! ଖେଳ ପଡିଆ ଉନ୍ନତି କରଣ ନାମରେ ଆସିଥିବା ଦଶ ଲକ୍ଷ ଟଙ୍କାର ଅର୍ଥ ରାଶି କୁ ମଧ୍ୟ ଚଳୁ କରି ଦେଇଛନ୍ତି ଦାୟିତ୍ୱରେ ରହିଥିବା ବିଭାଗୀୟ ଅଧିକାରୀ ଓ ଠିକାଦାର ! ଖେଳ ପଡିଆ ଜଙ୍ଗଲ ର ଭ୍ରମ ସୃଷ୍ଟି କରୁଥିବା ବେଳେ ଶିକ୍ଷାଦାନ ଗୃହ ସହିତ ପାଠ ପଢିବା ପାଇଁ ବ୍ୟବହୃତ ଟେବୁଲ ବେଞ୍ଚ ପଡି ରହିଛି ଜରାଜୀର୍ଣ୍ଣ ଅବସ୍ଥାରେ ! ଘରର ଆଜବେଷ୍ଟସ ଫାଟି କଣା ହୋଇ ପାଣି ଗଳୁ ଥିବାବେଳେ ସ୍କୁଲ ପରିବେଶ କଥା ନ କହିବା ଭଲ ! ସ୍କୁଲ ପାଚେରୀ ରେ ଚିତ୍ର କଳା ଦ୍ୱାରା ତିଆରି ମହାପୁରୁଷଙ୍କ ପ୍ରତିଛବି ଏବେ ଏକ ଘଞ୍ଚ ଜଙ୍ଗଲ ମଧ୍ୟରେ ଅବହେଳିତ ଭାବେ ରହିଛି ! ତୁରନ୍ତ ଏ ଦିଗରେ ରାଜ୍ୟ ସରକାର ଙ୍କ 5T ଙ୍କ ଦୃଷ୍ଟି ପଡ଼ିବାର ଆବଶ୍ୟକତା ରହିଛି ଏବଂ ଏହା ସହିତ ରୂପାନ୍ତରୀକରଣ ନାମ ରେ ଯେଉଁଭଳି ସରକାରୀ ଅର୍ଥକୁ ଚଳୁ କରାଯାଇଛି ଏହାର ଉଚ୍ଚ ସ୍ତରୀୟ ତଦନ୍ତ ସହିତ ସମ୍ପୃକ୍ତ ଠିକସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁରାତନ ଛାତ୍ର ଓ ଆଲୁମିନି କମିଟି ତରଫରୁ ହୋଇଛି ଦାବି !

Exit mobile version