ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ମହାନଦୀ ବନ୍ୟପ୍ରାଣୀ ଡିଭିଜନ ବାଣୀଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଞ୍ଚଳ କର୍ମଚାରୀ ଜଣେ ଶିକରୀକୁ ଗିରଫ କରିବା ସହ ବନ୍ଧୁକ ଜବତ କରିଛନ୍ତି । ଗତକାଲି ରାତିରେ ବନାଞ୍ଚଳ ଅଧିକାରୀ ସଂସାର ବର୍ଗୀଆ ସଦଳବଳେ, ଶିକାର ପାଇଁ ପ୍ରସ୍ତୁତ ହେଉଥିବା ଏକ ଶିକାରୀ ଦଳ ଉପରେ ଅଚାନକ ଚଢାଓ କରିଥିଲେ ! ଚଢାଓ ସମୟରେ ଅନ୍ୟ ସହଯୋଗୀ ମାନେ ଖସି ଯିବାକୁ ସକ୍ଷମ ହୋଇଥିବା ବେଳେ ମୂଖ୍ୟ ଶିକାରୀ କୁଲୁରୁକୁମ୍ପା ଗ୍ରାମପଞ୍ଚାୟତ, ବାଣୀବିରୀ ଗ୍ରାମର ବିଶ୍ବନାଥ ମଳିକ ( ୭୦ ) କୁ ବନ କର୍ମଚାରୀ ମାନେ ମାଡି ବସିଥିଲେ । ତାଙ୍କଠାରୁ ଶିକାର ପାଇଁ ବ୍ୟବହୃତ ଏକ ଦେଶୀ ଚୋରା ବନ୍ଧୁକ ଜବତ କରାଯାଇଛି । ଏହି ଚଢାଉରେ ବନାଂଚଳ ଅଧିକାରୀ ଶ୍ରୀ ବର୍ଗୀଆଙ୍କ ସମେତ, ବନପାଳ ଦୀପ୍ତିରଂଜନ ଆଚାର୍ଯ୍ୟ, ଦୀପ୍ତିରଂଜନ ନାୟକ, ବନରକ୍ଷୀ ରାଜ କୁମାର ଶତପଥୀ ଙ୍କ ସମେତ ଅନ୍ୟ ବନ କର୍ମଚାରୀ ମାନେ ମଧ୍ୟ ସାମିଲ ଥିଲେ ।
ମହାନଦୀ ବନ୍ୟପ୍ରାଣୀ ଅଞ୍ଚଳରୁ ବନ୍ଧୁକ ସହ ଶିକାରୀ ଗିରଫ !!!

