Site icon Awaj Media

ବାଣପୁର ଥାନା ଅଞ୍ଚଳରେ ନାବାଳିକାଙ୍କୁ କମେଣ୍ଟ ମାରି ଯୁବକ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୁମାରଙ୍ଗ ଛକ ଅଞ୍ଚଳରେ ଜଣେ ନାବାଳିକାକୁ କମେଣ୍ଟ ମାରି ପୋକ୍ସୋ ଆକ୍ଟ ରେ ଗିରଫ ହୋଇଛି ଜଣେ ରୋଡ଼ ରୋମିଓ । ସମ୍ପ୍ରତି ବାଣପୁର ଥାନା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ରୋଡ଼ ରୋମିଓ ଙ୍କର ପ୍ରାଦୁର୍ଭାବ । ଏହାକୁ ନଜରରେ ରଖି କିଛି ଦିନ ପୂର୍ବେ ଏସଡ଼ିପିଓ ବାଲୁଗାଁ ସର୍ବସାଧାରଣଙ୍କ ପାଇଁ ଜାରି କରିଥିଲେ ସମସ୍ତ ଥାନା ଅଧିକାରୀଙ୍କ ଫୋନ୍ ନମ୍ୱର ଓ ତାଙ୍କର ନିର୍ଦ୍ଦେଶ କ୍ରମେ ବାଣପୁର ପୋଲିସ୍ ତୀକ୍ଷ୍ଣ ନଜର ରଖିଛି ଏହି ତଥା କଥିତ ରୋଡ଼ ରୋମିଓ ମାନଙ୍କ ଉପରେ । କୌଣସି ପ୍ରକାର ଅଘଟଣ କିମ୍ୱା ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପଛାଉନାହିଁ । ଆଜି ସକାଳେ ଜଣେ ରୋଡ଼ ରୋମିଓ ଅଚ୍ୟୁତରାଜପୁର ଗ୍ରାମର ଲୋକନାଥ ନାୟକଙ୍କ ପୁଅ ଦେବରାଜ ନାୟକ ଜନୈକା ନାବାଳିକାକୁ ଅସଦାଚରଣ କରିଥିବା ସହିତ ଅଶ୍ଳୀଳ ଇଙ୍ଗିତ କରି କମେଣ୍ଟ୍ ମାରି ହଇରାଣ ହରକତ କରିଥିବା ବେଳେ ନାବାଳିକା ଜଣକ ଭୟଭୀତ ହୋଇଥିଲେ ମଧ୍ୟ ସାହସର ସହିତ ବାଣପୁର ପୋଲିସ୍ ଥାନା ଅଧିକାରୀଙ୍କୁ ଲିଖିତ ଭାବରେ ଅଭିଯୋଗ କରିଥଲେ । ଅଭିଯୋଗ ପାଇବା ସଙ୍ଗେ ସଙ୍ଗେ ବାଣପୁର ଆଇଆଇସି ଜୟ ପ୍ରକାଶ ପରିଡା ତୁରନ୍ତ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ ପୂର୍ବକ ଅଭିଯୁକ୍ତ ଦେବରାଜକୁ ଗିରଫ କରି ଥାନା କେଶ୍ ନଂ- ୪୭୧/୨୨ ରେ ସଙ୍ଗୀନ ଦଫା ରୁଜୁ କରି ପୋକ୍ସୋ ଆକ୍ଟରେ ଭୁବନେଶ୍ଵର ପୋକ୍ସୋ କୋର୍ଟକୁ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି। ପୋଲିସ୍ ର ଏତାଦୃଶ କାର୍ଯାନୁଷ୍ଠାନ ଫଳରେ ରୋଡ଼ ରୋମିଓ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବାର ଅନୁମାନ କରାଯାଉଛି ।

Exit mobile version