Site icon Awaj Media

ଡମପଡା ବ୍ଲକ ଅଧକ୍ଷଙ୍କ ଗିରଫ ଦାବି କଲେ କଂଗ୍ରେସ କର୍ମୀ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ରେ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ! ଡମପଡା ବ୍ଲକ ଅଧକ୍ଷଙ୍କ ଗିରଫ ଦାବି କଲେ କଂଗ୍ରେସ କର୍ମୀ ! ଡମପଡା ବ୍ଲକ ଅଧକ୍ଷଙ୍କ ଗିରଫ ଦାବି ରଖି ସାମ୍ବାଦିକ ସମ୍ମିଳନୀ କରି ହୁଙ୍କାର ଦେଲା ବାଙ୍କୀ ଯୁବ ଓ ଛାତ୍ର କଂଗ୍ରେସ ! ଗତ ମାସ ୨୩ ତାରିଖରେ ହୋଇଥିବା ସମବାୟ ନିର୍ବାଚନ ରେ ଯେଉଁଭଳି ଭାବେ ଡମପଡା ବ୍ଲକ ଅଧକ୍ଷ ପ୍ରଣବ କିଶୋର ପଟେଲ ନିର୍ବାଚନରେ ପ୍ରତ୍ୟକ୍ଷ ଭାବେ ଭୋଟ ଦେବାର କୌଣସି ଅଧିକାର ନଥିବା ବେଳେ ଗଣତନ୍ତ୍ର କୁ ହତ୍ୟା କରି ପୁଣି ନିର୍ବାଚନ ଅଧିକାରୀ ଙ୍କ ଉପସ୍ଥିତରେ ନିଜର ମତ ସାବ୍ୟସ୍ତ କରିଥିଲେ ତାହା ଅତ୍ୟନ୍ତ ନିନ୍ଦନିକ ତଥା ଅପରାଧିକ ଘଟଣା ବୋଲି ପ୍ରକାଶ କରିଛନ୍ତି କଂଗ୍ରେସ ନେତା !

ଘଟଣାକୁ ଘୋର ବିରୋଧ କରିଥିଲା କଂଗ୍ରେସ , ଓ ଏହାକୁ ନେଇ ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ପଟେଲ ଙ୍କ ଗିରଫ ଦାବି କରି ଗତ 1 ତାରିଖରେ ରେ ଥାନାରେ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଦିଆ ଯାଇଥିଲା ଏତଲା ! ଏବେ ଏତଲା ଦେବାର ସମୟ ୧୨ ଦିନ ବିତି ଯାଇଥିବା ବେଳେ ପୋଲିସ ରହିଛି ନୀରବ ! ସେପଟେ ଖୁଲୁମ ଖୁଲା ବୁଲୁଛନ୍ତି ଅଧକ୍ଷ ! ତୁରନ୍ତ ୪୮ ଘଣ୍ଟା ମଧ୍ୟରେ ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ପଟେଲ ଙ୍କୁ ପୋଲିସ ଗିରଫ ନ କରନ୍ତି ତେବେ ଥାନା ସମୁଖରେ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଧାରଣା ଦିଆଯିବ ବୋଲି ଚେତାବନୀ ଦେଲେ ଯୁବ କଂଗ୍ରେସ ନେତା ରମାକାନ୍ତ ସେଠି !

Exit mobile version