Site icon Awaj Media

ରାଜନୈତିକ ଶତ୍ରୁତା କୁ ନେଇ ଗଡ଼ିଲା ମୁଣ୍ଡ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଦେବେନ୍ଦ୍ର ବରାଳ : ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅଞ୍ଚଳ ର ବ୍ରଜମୋହନପୁର ଶରଧାପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି l ରାଜନୈତିକ ଶତ୍ରୁତା ଓ ସରକାରୀ ଜାଗାବାଡ଼ି କୁ କେନ୍ଦ୍ର କରି ମାହୋଲ ଗରମ ଥିବାବେଳେ ହଠାତ ଗଣ୍ଡଗୋଳ କରି ବିପକ୍ଷ ପାର୍ଟି ର କିଛି ଲୋକ ହତ୍ୟାକାଣ୍ଡ ଘଟଇଛନ୍ତି । ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ପିଟିପିଟି ମାରିଦେଲେ । ମୃତବ୍ୟକ୍ତି ଜଣଙ୍କ ହେଉଛନ୍ତି ପୂର୍ବତନ ଶିକ୍ଷକ ରବୀନ୍ଦ୍ର ବଳିଆରସିଂହ ( ବୟସ ୭୫ ) । ସୂଚନା ମୁତାବକ ଆଜି ସକାଳ ସମୟରେ ରବୀନ୍ଦ୍ର ଦାଣ୍ଡ ପିଣ୍ଡାରେ ବସିଥିଲେ । ଏହି ସମୟରେ ଗ୍ରାମର ୬ ରୁ ୭ଜଣ ଯୁବକ ମାରଣାସ୍ତ୍ର ଧରି ରବୀନ୍ଦ୍ରଙ୍କ ଦୁଆରେ ପହଞ୍ଚି ତାଙ୍କ ପୁଅ ରଶ୍ମିରଞ୍ଜନ ନାଁ ଧରି ଗାଳି ଗୁଲଜ କରୁଥିଲେ । ବାହାରକୁ ଆସିବା ପରେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ପୁଅକୁ ବଞ୍ଚାଇବାକୁ ଯାଇ ରବୀନ୍ଦ୍ର ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଜଣେ ତାଙ୍କ ଛାତିକୁ କହୁଣିରେ ଶକ୍ତ ଆଘାତ ଦେବାରୁ ସେ ତଳେ ପଡି ଯାଇଥିଲେ । ରବୀନ୍ଦ୍ର ତଳେ ପଡି ଗୁରୁତର ଆହତ ହୋଇଥିଲେ । ଘଟଣା ସ୍ଥଳରୁ ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଆକ୍ରମଣ କରୁଥିବା ଯୁବକଙ୍କ ମଧ୍ୟରୁ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ବେଳେ ଅନ୍ୟ ମlନେ ଫେରାର ହୋଇଛନ୍ତି l

Exit mobile version