Site icon Awaj Media

ନୟାଗଡ଼ ପୁଲିସକୁ ମିଳିଛି ବଡ଼ ସଫଳତା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ପୁଲିସକୁ ମିଳିଛି ବଡ଼ ସଫଳତା । ଗତ କିଛି ଦିନ ଧରି ଲୁଟେରା ମାନେ ବିଭିନ୍ନ ତରିକାରେ ମୋବାଇଲ ଲୁଟ କରୁଥିଲେ । ଏହାର ପର୍ଦ୍ଦାଫାସ କରିଛି ନୟାଗଡ଼ ପୁଲିସ । ମୋଟ ୪୦ ଗୋଟି ଚୋରି ମୋବାଇଲ ଜବତ କରି ୩୦ଗୋଟି ମୋବାଇଲକୁ ଚୋରି ହୋଇଥିବା ଲୋକଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଲେଖ ପହିଙ୍କ ସୁଚନା ମୁତାବକ ନୟାଗଡ଼ ଟାଉନ ଥାନା ପୁଲିସ, ସ୍ପେଶାଲ ସ୍କ୍ୱାର୍ଡ ଓ ସାଇବର ସେଲର ମିଳିତ ସହାୟତାରେ ଚୋରି ହୋଇଥିବା ମୋବାଇଲକୁ ଜବତ କରାଯାଇ ଆଜି ବିଭିନ୍ନ ଲୋକଙ୍କୁ ପ୍ରଦାନ କରାଯାଇଛି । ନୟାଗଡ଼ ଜିଲ୍ଲା ସମେତ ଅନ୍ୟ ଜିଲ୍ଲା ତଥା ଅନ୍ୟ ରାଜ୍ୟର ମୋବାଇଲ ମଧ୍ୟ ଜବତ କରାଯାଇଛି । ଠିକଣା ମିଳିଥିବା ୩୦ ଜଣ ବ୍ୟକ୍ତିଙ୍କୁ ଆଜି ତାଙ୍କର ଚୋରି ମୋବାଇଲ କୁ ଫେରସ୍ତ କରାଯାଇଛି । ସୁଚନାନୁସାରେ ଗତ ମାସ ୧୮ ତାରିଖରେ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅଞ୍ଚଳର ଏ.ସନ୍ତୋଷ ଓ ଏ.ଅର୍ଜୁନକୁ ସୁନା ଚେନ ଚୋରୀ ଘଟଣାରେ ବନ୍ଧା ଯାଇଥିଲା । ତାଙ୍କ ଠାରୁ ୨ ଗୋଟି ସୁନା ଚେନ ସମେତ ୧୦ ଗୋଟି ଚୋରା ମୋବାଇଲ ଜବତ କରାଯାଇଥିଲା । ଏହି ଚୋରି ୧୦ ଗୋଟି ମୋବାଇଲକୁ ଯାଞ୍ଚ କରି ଏବଂ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଆଉ ୩୦ ଗୋଟି ମୋବାଇଲ ଜବତ କରାଯାଇଥିଲା । ଏହି ଚୋରି ମୋବାଇଲ ଗୁଡ଼ିକ ଖୋର୍ଦ୍ଧା, ଫୁଲବାଣୀ, ଖଣ୍ଡଗିରି, କଟକ,ଭୁବନେଶ୍ବର ଓ ନୟାଗଡ଼ ସମେତ ଅନ୍ୟ ରାଜ୍ୟର ମୋବାଇଲ ରହିଥିଲା । ଆଜି ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ଅଲେଖ ପହିଙ୍କ ଉପସ୍ଥିତିରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି ସେମାନଙ୍କ ଚୋରି ମୋବାଇଲକୁ ଫେରସ୍ତ କରାଯାଇଛି । ଏଥି ନିମନ୍ତେ ଆଜି ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କ ସମେତ ଡିଏସପି, ଆଡିସନାଲ ଏସପି ଓ ସାଇବର ସେଲର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ନୟାଗଡ଼ ଟାଉନ ଥାନା, ସ୍ବତନ୍ତ୍ର ସ୍କାଡ ଓ ସାଇବର ସେଲ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହି ଚୋରି ରାକେଟ କୁ ଧରିବା ପାଇଁ ନୟାଗଡ଼ ଟାଉନ ଥାନା ଆଇଆଇସି ପ୍ରଜ୍ଞା ପାରମିତା ଜେନାଙ୍କ ସମେତ ସବ ଇନିସପେକ୍ଟର ଧର୍ମେନ୍ଦ୍ର ଶିଆଳ, ଏସ ସିଂ, ଏସ କେ ଦାଶ, ଏଏସଆଇ ପି କେ ବେହେରା, ସାଇବର ସେଲର ଲକ୍ଷ୍ମୀକାନ୍ତ ବରାଡ଼, ନୟାଗଡ଼ ଟାଉନ ଥାନାର ଦିଲ୍ଲୀପ କୁମାର ବେହେରା, ବବୁଲ ଗୁରୁ, ସିଦ୍ଧାର୍ଥ ଶଙ୍କର ସାହୁ ଓ ସୁବାଷ ଚନ୍ଦ୍ର ହୋତା ସଫଳ ହୋଇଥିଲେ ।

Exit mobile version