Site icon Awaj Media

ମହଙ୍ଗା ପଡିଲା ପରକୀୟା ପ୍ରୀତି !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ବିବାହିତା ମହିଳା ଙ୍କ ସହିତ ପ୍ରେମିକ ଥାନାରେ ଅଟକ । ଏହିଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା ଫାଣ୍ଡି ଅଧୀନରେ ଥିବା ଗୁମୀ ଗ୍ରାମରେ ! ଜଣେ ବିବାହିତା ମହିଳା ଙ୍କ ସହ ପ୍ରେମ କରି ହରଡ଼ ଘଣାରେ ପଡିଛନ୍ତି ଯୁବକ ! ସ୍ୱାମୀ ଗୋଲଖ ନାଏକ ବାହାରେ ରହି ରୋଜଗାର କରିବା ପାଇଁ ଯାଇଥିବା ବେଳେ ତାଙ୍କ ସ୍ତ୍ରୀ ଛବି ନାଏକ ଭୁବନେଶ୍ୱର ଅଞ୍ଚଳର ଜଣେ ଯୁବକଙ୍କ ପ୍ରେମରେ ପଡିଥିଲେ । ଫଳରେ ସ୍ୱାମୀ ନଥିବା ସମୟରେ ଯୁବକକୁ ଘରକୁ ଡାକୁଥିବା ସ୍ୱାମୀ ଅଭିଯୋଗ କରିଛନ୍ତି । କିଛି ଦିନ ହେବ ସ୍ୱାମୀ ଘରକୁ ଆସିଥିବାରୁ ସେହି ଯୁବକକୁ ତାଙ୍କ ଘରେ ଦେଖିଥିଲେ । ଏହି ଘଟଣାକୁ ନେଇ ବିଭିନ୍ନ ସମୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ଲାଗି ରହିଥିଲା । ସ୍ୱାମୀ ବାରଣ କରିବାରୁ ଉକ୍ତ ଯୁବକ ଏକ ମାରଣାସ୍ତ୍ର ରେ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ବେଳେ ସାହି ପଡିସା ଓ ଗ୍ରାମର କିଛି ଯୁବକ ତାଙ୍କୁ ଖୁଣ୍ଟିରେ ବାନ୍ଧି ଦେଇ ବାହାଡ଼ାଝୋଲା ଫାଣ୍ଡି ଅଧିକାରୀ ଙ୍କୁ ଯୋଗାଯୋଗ କରିଥିଲେ ! ଫାଣ୍ଡି ଅଧିକାରୀ ଭିମସେନ ମଲିକ ଓ ଓଡ଼ଗାଁ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ଥାନାକୁ ଆଣି ଅଟକ ରଖିଛନ୍ତି । ଘଟଣା ସ୍ଥଳରୁ ଏକ ଖଣ୍ଡା ଜବତ କରିବା ସହିତ ଏକ ମୋବାଇଲ ଜବତ ହୋଇଛି । ସେହି ମୋବାଇଲରୁ କିଛି ଦିନ ତଳେ ଫାଣ୍ଡି ଅଧିକାରୀ ଙ୍କୁ ଇଡି ଅଫିସରୁ କହୁଛି କହି ଧମକ ଆସିଥିବା ଫାଣ୍ଡି ଅଧିକାରୀ ଭିମସେନ ମଲିକ ସୁଚନା ଦେଇଛନ୍ତି । ତେବେ ଦେଖାଯାଉ ଆଗକୁ ଏହା କେଉଁ ରୂପ ନେଉଛି l

Exit mobile version