Site icon Awaj Media

ସାମାନ୍ୟ ବଚସାରୁ ଯୁବକ ଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ସାମାନ୍ୟ ବଚସାରୁ ଯୁବକ ଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା , ଅଭିଯୁକ୍ତଙ୍କୁ ଗିରଫ ବିରେ ଖୋର୍ଦ୍ଧା – ବଲାଙ୍ଗୀର 57 ନଂ ଜାତୀୟ ରାଜପଥ ରାସ୍ତା ଅବରୋଧ ! ଦଶପଲ୍ଲା 16 ନଂ ୱାର୍ଡର ପ୍ରଫୁଲ ଦାସଙ୍କ ପୁଅ ବୀରସେନ ଦାସ ରବିବାର ରାତି 8 ଟା ସମୟରେ ସାଙ୍ଗ ରବୀନ୍ଦ୍ର ସାହୁଙ୍କ ସହିତ ମିଶି ମଦ୍ୟପାନ କରିଥିଲେ, ମଦ ପିଉଥିବା ସମୟରେ କୌଣସି ଏକ କାରଣଙ୍କୁ ନେଇ ରବୀନ୍ଦ୍ର ଏବଂ ବୀରସେନଙ୍କ ମଧ୍ୟରେ ବଚସା ହୋଇଥିଲା, ତେବେ କିଛି ସମୟ ବଚସା ହେବା ପରେ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇ ମାଡପିଟ ହୋଇଥିଲେ ! ଏଥିରେ ରବୀନ୍ଦ୍ର ରାଗିଯାଇ ତାର କିଛି ସହଯୋଗୀ ମାନଙ୍କୁ ଡାକି ମଦ ନିଶାରେ ବୀରସେନକୁ କାଠ ଫାଳିଆରେ ପିଟିପିଟି ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଇଥିଲେ ! କିଛି ଲୋକ ମାନଙ୍କ ସହାୟତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୀରସେନଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ! ଏ ଘଟଣା ନେଇ ପରିବାର ଲୋକେ ଦଶପଲ୍ଲା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ରାତି ଅଧିକ ହୋଇ ଯାଇଥିବାରୁ ପୋଲିସ କିଛି ପଦକ୍ଷେପ ଗ୍ରହଣ କରିନଥିଲା ! ଏଥିରେ ଉତ୍ୟକ୍ତ ହୋଇ ଗ୍ରାମବାସୀ ମାନେ ଦଶପଲ୍ଲା ଥାନା ସମୁଖ ଖୋର୍ଦ୍ଧା – ବଲାଙ୍ଗୀର 57 ନଂ ଜାତୀୟ ରାଜପଥ ରାସ୍ତା କୁ ଅବରୋଧ କରିଥିଲେ ! ଖବର ପାଇ ଘଟଣା ସ୍ଥଳରେ ନୟାଗଡ ଏସ୍ଡ଼ିପିଓ ଶୁଭେନ୍ଦୁ କୁମାର ସିହ୍ନା ପହଞ୍ଚି ଲୋକ ଙ୍କୁ ବୁଝାସୁଝା କରିଥିଲେ !

Exit mobile version