ଖଣ୍ଡପଡ଼ା ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ଖଣ୍ଡପଡା ଥାନା ରାଜକିଆରୀ ଠାରେ ଥିବା ପେଟ୍ରୋଲ ପମ୍ପ ରେ ବୋମାମାଡ଼ | ଗତକାଲି ବିଳମ୍ବିତ ରାତିରେ 6 ଜଣ ଦୁର୍ବୁତ୍ତ ଏକ ନାଲି କାର ରେ ରାଜକିଆରୀ ମା ଭାନୁମତି ପେଟ୍ରୋଲ ପମ୍ପ ରେ ଡକାୟତି କରିଥିବା ନେଇ ସୂଚନା ମିଳିଛି | ଦୁର୍ବୁତ୍ତ ମାନେ ଦୁଇ ରାଉଣ୍ଡ ଗୁଳି ଫୁଟେଇବା ସହ ପେଟ୍ରୋଲ ପମ୍ପ ରେ ବୋମା ମାଡ଼ କରିଥିଲେ | ତାପରେ ପମ୍ପ ର କର୍ମଚାରୀ ମାନଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ନେଇ ଯାଇଥିବା ମ୍ୟାନେଜର ଙ୍କ ଠାରୁ ଶୁଣିବାକୁ ମିଳିଛି | ତେବେ ଦୁର୍ବୁତ୍ତ ଙ୍କ ଆକ୍ରମଣ ରେ 2 ଜଣ କର୍ମଚାରୀ ଗୁରୁତର ହୋଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି !
ପେଟ୍ରୋଲ ପମ୍ପ ରେ ବୋମାମାଡ଼ ସହ ଲୁଟ !!!

