Site icon Awaj Media

ବାଣପୁର ଥାନା ଅଞ୍ଚଳରେ ସ୍ତ୍ରୀକୁ ନିର୍ଯ୍ୟାତନା ଅଭିଯୋଗରେ ସ୍ବାମୀ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଯୁବତୀ ଙ୍କୁ ଜୋର ଜବରଦସ୍ତି କରି ବିବାହ କରିବା ପରେ ଶାରୀରିକ ନିର୍ଯ୍ୟାତନା ଦେଇ ପର ପୁରୁଷ ଙ୍କ ସହ ସମ୍ପର୍କ ରଖିବା କୁ ବାଧ୍ୟ କରିବା ଅଭିଯୋଗ ରେ ବାଣପୁର ପୋଲିସ ତଥାକଥିତ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ! ଅଭିଯୋଗ ରୁ ପ୍ରକାଶ ଯେ ବାଣପୁର ଥାନା ଅନ୍ତର୍ଗତ କନ୍ଧଆମ୍ବଝର ଗ୍ରାମର ସୁବାଷ ବାରିକ ଙ୍କ ପୁଅ କୁସୁମିତ ବାରିକ କିଛି ଦିନ ପୂର୍ବେ ବାଣପୁର ର ରାଣୀପଡ଼ା ଗ୍ରାମର ଜୈନିକ ଯୁବତୀ ଙ୍କୁ ଜୋର ଜବରଦସ୍ତ କରି ଯୁବତୀ ଙ୍କ ଇଛା ବିରୁଦ୍ଧରେ ବିବାହ କରିଥିଲେ ! ବିବାହର କିଛି ଦିନ ପରେ କୁସୁମିତ ନିଜ ସ୍ତ୍ରୀ ଙ୍କୁ ଭୀଷଣ ଭାବେ ନିର୍ଯ୍ୟାତନା ଦେଉଥିବା ବେଳେ ଅନ୍ୟ ପୁରୁଷ ଙ୍କ ସହ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ ! ଫଳରେ ନିର୍ଯାତନା ସହିନପାରି ଆଜି ସ୍ତ୍ରୀ ଜଣକ ବାଣପୁର ଥାନାରେ ଅଭିଯୋଗ କରିବାରେ ପୋଲିସ ୪୮୮/୨୨ ରେ ଏକ ମାମଲା ରୁଜୁ କରି ୪୯୮,୩୭୬,୩୬୩,୩୪୨,୩୨୩,୫୦୬,୩୪ ଆଇପିସି ଧାରା ରେ ମାମଲା ରୁଜୁ କରି ସ୍ୱାମୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି !

Exit mobile version