Site icon Awaj Media

କାନ୍ଦୁଛି ଆଜି ଐତିହାସିକ ଭାଲେରି ପାହାଡ଼ : ଖୋଳି ଖାଇ ଚାଲିଛନ୍ତି ଖଣି ମାଫିଆ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଓ ଗଞ୍ଜାମକୁ ଲାଗି ରହିଛି ଐତିହାସିକ ଭାଲେରୀ ପାହାଡ଼ ! ଏହି ପାହାଡ଼କୁ ଖୋଳି ଖାଇ ଚାଲିଛନ୍ତି ଖଣି ମାଫିଆ । ଭାଲେରୀ ପାହାଡ଼ ର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ବୃକ୍ଷ ଲତା ନଷ୍ଟ ହେଉଛି , ଯାହାଫଳରେ ଜଙ୍ଗଲୀ ଜନ୍ତୁ ଆଖପାଖ ଗାଁ ମୁଁହାଁ ହେଉଛନ୍ତି l

ବିଳମ୍ବିତ ରାତିରେ ଭାଲେରୀ ପାହାଡ ନିକଟ ବୋରିଆସାହି ଜଙ୍ଗଲ ମଧ୍ୟରେ ମୋରମ ଉତ୍ତୋଳନ ବିଷୟରେ ଏକ ନିର୍ଭରଯୋଗ୍ୟ ସୂଚନା ଉପରେ ଆଧାର କରି ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଗଠନ କରାଯାଇ ଇନ୍ସପେକ୍ଟର ରଶ୍ମୀବାଳା ସେଠୀ, ଏସଆଇ ଦିଲୀପ ସାହୁ, ଏସଆଇ ତିରୁପତି ନାୟକ ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ବୋରିଆ ସାହି ଜଙ୍ଗଲ ଅଞ୍ଚଳରେ ବେଆଇନ ପରିବହନ ପାଇଁ ମୋରମ ବାହାର କରିବା ଓ ଚୋରା ରେ ମୋରମ ଖୋଳୁଥିବା ସମୟରେ ଚଢାଉ କରି ଗୋଟିଏ ଜେସିବି, ଦୁଇ ଟ୍ରକ ମୋରମ ଜବତ କରିବା ସହ ୪ ଜଣ ଅପରାଧୀଙ୍କୁ ଗିରଫ କରିଛନ୍ତି । ସମସ୍ତଙ୍କ ପରିଚୟ ପ୍ରକାଶ ହୋଇ ନଥିବା ବେଳେ ତାଙ୍କ ବିରୁଦ୍ଧରେ କେସ ନମ୍ବର ୨୪୭/୨୦୨୨ ରେ ମାମଲା ରୁଜୁ କରି କେଉଁ ପରିସ୍ଥିତିରେ ମୋରମ ଉତ୍ତୋଳନ ଚାଲିଥିଲା ତାହା ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରଖିଥିବାର ବାଲୁଗାଁ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

Exit mobile version