ଗଞ୍ଜାମ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାବନ୍ଧ ଛକଠାରେ ଏକ ଗାଡି ଧକ୍କାରେ ତିନିଜଣ କଲେଜ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସୂଚନା ମୁତାବକ କାର୍ ନଂ OD 07AN 2936 ଦ୍ରୁତ ଗତିରେ ଆସି ରାସ୍ତା ପାର୍ଶ୍ବରେ ଥିବା ଏକ ପାନ ଦୋକାନ ମଧ୍ୟକୁ ପଶି ଯାଇଥିଲା । ଏହି ସମୟରେ ବସ୍ ରୁ ଓହ୍ଲାଇ ଦୋକାନ ସମୁଖରେ ନରେନ୍ଦ୍ରପୁର କ୍ଷେତ୍ରମୋହନ ବିଜ୍ଞାନ କଲେଜର ଛାତ୍ରୀ ସୁମିତ୍ରା ସାମଲ (୧୬) ଇତିଶ୍ରୀ ପ୍ରଧାନ (୧୬) ଶୁଭଶ୍ରୀ ନାବାକ (୧୬) ଠିଆ ହୋଇଥିବା ବେଳେ ତାଙ୍କୁ ମଧ୍ୟ ଧକ୍କା ଦେଇଥିଲା । ଯାହା ଫଳରେ ସମସ୍ତ ଛାତ୍ରୀ ଆହତ ହୋଇଛନ୍ତି । ସେଠାରେ ଉପସ୍ଥିତ ଲୋକେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରୁ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଭାଟକୁମରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଖବର ପାଇ ପୁରୁଷୋତ୍ତମପୁର ପୋଲିସ ଘଟଣାସ୍ଥଳକୁ ଯାଇ ଗାଡ଼ି ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବାର ସୂଚନା ମିଳିଛି ।
ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତା ଭାବନ୍ଧ ଛକ ଠାରେ ଗାଡି ଧକ୍କାରେ ତିନିଜଣ କଲେଜ ଛାତ୍ରୀ ଆହତ !!!

