Site icon Awaj Media

କାରରୁ ମିଳିଲା ୨୨ ଲକ୍ଷ ଟଙ୍କା !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟସ୍ଥ ସିଆଳିଆ ରାସ୍ତାରେ ଏକ କାରକୁ ପିଛା କରି ତା ଭିତରୁ ଟଙ୍କା ଭର୍ତ୍ତି କାର୍ଟୁନ ଜବତ କରିଛି ଖୋର୍ଦ୍ଧା ପୋଲିସ୍ । ଗତ ଅକ୍ଟୋବର ମାସ ୨୨ ତାରିଖରେ ଏକ ବ୍ରାଉନସୁଗାର ଧରପଗଡ ଘଟଣାରେ ମୋଷ୍ଟ୍ ୱାଣ୍ଟେଡ ଥିବା ଶରତ ବେହେରା ଓରଫ ବାଇୟାକୁ ଧରିବା ପାଇଁ ପୋଲିସ ପିଛା କରିବା ବେଳେ ଓଡ଼ି ୦୨ସିବି ୪୨୪୨ ନମ୍ବର ବିଶିଷ୍ଟ ଗାଡ଼ିରେ ଯାଉଥିବାର ଖବର ପାଇ କାରକୁ ପିଛା କରି ପୁଲିସ ଧରିଥିଲା । କାର ଛାଡି ଅଭିଯୁକ୍ତ ଖସି ପଳାଇ ଯାଇଥିବା ବେଳେ କାର ଭିତରୁ ନଗଦ ୨୨ଲକ୍ଷ ଟଙ୍କା ଜବତ କରାଯାଇ ତଦନ୍ତ ଚାଲିଛି ବୋଲି ଖୋର୍ଦ୍ଧା ଅତିରିକ୍ତ ଆରକ୍ଷୀ ଅଧିକାରୀ ସୁରେନ୍ଦ୍ର ନାଥ ମୁର୍ମୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Exit mobile version