Site icon Awaj Media

ବାଣପୁର ଥାନା ଅଞ୍ଚଳରେ ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ନଷ୍ଟ କଲା ଅବକାରୀ ବିଭାଗ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ବାଣପୁର ଥାନା ଅନ୍ତର୍ଗତ କୋଶରଢା ଗ୍ରାମରେ ଚଢାଉ କରାଯାଇ ୧୨ ହଜାର ଲିଟର ପୋଚ ଓ ୬୮୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରାଯାଇଛି । ଏଥିରେ ବାଣପୁର ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ଏପିଆର ଫୋର୍ସ, ପୁଲିସ କର୍ମଚାରୀ, ଟାଙ୍ଗି ଅବକାରୀ ବିଭାଗ ଅଧିକାରୀ, ଖୋର୍ଦ୍ଧା ରେଞ୍ଜ ଅବକାରୀ ଅଧିକାରୀ ଓ ବାଲୁଗାଁ ଅବକାରୀ ଅଧିକାରୀ ଙ୍କ ସମେତ ଟାଙ୍ଗି ଓ ଜଟଣୀ ମୋବାଇଲ୍ ଷ୍ଟାଫ୍ ଚଢ଼ାଉ ସମୟରେ ଉପସ୍ଥିତ ରହିଥିବାର ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା ସୂଚନା ଦେଇଛନ୍ତି ।

Exit mobile version