ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳରେ ଦିନକୁ ଦିନ ଅପରାଧ ଡକାୟତି ରାହାଜାନୀ ବଢ଼ି ଚାଲିଥିବାରୁ ପୋଲିସ ମୁଣ୍ଡ ବିନ୍ଧା କାରଣ ପାଲଟିଥିବା ବେଳେ ନିଶ୍ଚିନ୍ତକୋଇଲି ପୋଲିସ କୁ ଏବେ ମିଳିଛି ସଫଳତା । ନିଶ୍ଚିନ୍ତକୋଇଲି ଥାନା ଅଧିକାରିଣୀ ଚିନ୍ମୟୀ ସାହୁ କୋୖଣସି ସୂତ୍ରରୁ ଖବର ପାଇ ଏକ ଅପରାଧ ଘଟାଇବା ପାଇଁ ପ୍ରସ୍ତୁତ ହେଉଥିବା ଗ୍ୟାଙ୍ଗ କୁ କାବୁ ଲରିଛନ୍ତି ! ନିଶ୍ଚିନ୍ତକୋଇଲି ପଞ୍ଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟ ପଛପଟୁ ବିଲ ନିକଟରେ ବଡ଼ ଧରଣର ଡ଼କାୟତି କରିବା ପାଇଁ ପ୍ରସ୍ତୁତ ହେଉଥିବା ୮ଜଣିଆ ଡକାୟତ ଟିମ୍ କୁ ଗିରଫ କରିବାରେ ନିଶ୍ଚିନ୍ତକୋଇଲି ପୋଲିସ ସଫଳ ହୋଇଛି । ଡକାୟତି ରେ ବ୍ୟବହାର କରିବା ପାଇଁ ଦୁଇଟି କଟୁରୀ, ଦୁଇଟି ଖଣ୍ଡା , ଗୋଟିଏ ଲୁହା ରଡ଼, ଏକ ନକଲି ବନ୍ଧୁକ ସହିତ ଚାରଟି ଅଫୁଟା ବୋମା , ପାଞ୍ଚଟି ମୋବାଇଲ, ଲଙ୍କା ଗୁଣ୍ଡ , ନଗଦ ୧୫୦୦ ଟଙ୍କା ସହିତ ୟାମା କମ୍ପାନୀ ଦୁଇଟି ବାଇକ୍ ଜବତ୍ କରିଥିବା ଗ୍ରାମଞ୍ଚଳ ଏସପି କୃଷ୍ଣ ପ୍ରସାଦ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି । ନିଶ୍ଚିନ୍ତକୋଇଲି ପୋଲିସ କେସ ନମ୍ବର ୨୦୨ / ୨୨ ରେ ଅପରାଧ ମାମଲା ରୁଜୁ କରି ଆଠ ଜଣ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛନ୍ତି ।
ନିଶ୍ଚିନ୍ତକୋଇଲି ପୋଲିସ ର ବଡ଼ ସଫଳତା !!!

