Site icon Awaj Media

ବାଲୁଗାଁ ଅବକାରୀ ବିଭାଗର ଚଢ଼ାଉ : ଦେଶୀ ମଦ ସମେତ ବାଇକ ଜବତ , ଜଣେ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅବକାରୀ ବିଭାଗ ଅଧିନରେ ଥିବା ସାନ ସିରେଇପୁର ଫରେଷ୍ଟ ଗେଟ୍ ନିକଟରୁ ଚୋରା ଦେଶୀ ମଦ ଚାଲାଣ ହେଉଥିବାର ଖବର ପାଇ ବାଲୁଗାଁ ଅବକାରୀ ବିଭାଗ ଚଢ଼ାଉ କରି ଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିଥିବାର ସୂଚନା ମିଳିଛି । ଅପରାହ୍ନ ସମୟରେ ବାଲୁଗାଁ ଅବକାରୀ ବିଭାଗର ଅଧିକାରୀ ମାନେ ଚଢ଼ାଉ କରି ବାଣପୁର ଥାନା ଅନ୍ତର୍ଗତ ସାନସିରେଇ ପୁର ଫରେଷ୍ଟ୍ ଗେଟ୍ ଠାରୁ ୪୦ ଲିଟର ଦେଶୀ ମଦ ସହିତ ଏକ ବାଇକ୍ ଜବତ କରିଛନ୍ତି ଏବଂ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଗିରଫ ଅଭିଯୁକ୍ତ ଜଣକ ହେଲେ ବାଲୁଗାଁ ଥାନା ଅନ୍ତର୍ଗତ ସରନଇ ଗ୍ରାମର ମେଘା ଦଳବେହେରାଙ୍କ ପୁଅ ସୁବାସ ଦଳବେହେରା । ଅଭିଯୁକ୍ତକୁ ଗିରଫ କରିବା ସହ ତାଙ୍କ ବିରୁଦ୍ଧରେ ପି ଆର୍ ନଂ – ୧୨୦/୨୦୨୨-୨୩ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବାର ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ରୋହିତ ଦଣ୍ଡସେନା ସୂଚନା ଦେଇଛନ୍ତି ।

Exit mobile version