Site icon Awaj Media

ଡଙ୍ଗା ସହ ୫ ମୃତ ବିଦେଶାଗତ ପକ୍ଷୀ ଜବତ : ଅଭିଯୁକ୍ତ ଗିରଫ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମରାଳ ମାଳିନୀ ନୀଳାମ୍ବୁ ଚିଲିକାରେ ପୁଣି ମାତିଲେ ପକ୍ଷୀ ଶିକାରୀ । ଦିନକୁ ଦିନ ଚିଲିକାରେ ପକ୍ଷୀ ଶିକାର ବଢୁଥିବା ବେଳେ ବନ୍ୟପ୍ରାଣୀ ବିଭାଗ ପାଇଁ ଏହା ମୁଣ୍ଡ ବଥାର କାରଣ ପାଲଟିଛି । ପକ୍ଷୀ ଶିକାରୀ ମାନେ ଫ୍ଲରାଡନ ବିଷ ଦେଇ ପକ୍ଷୀ ଶୀକାର କରୁଥିବାର ସୂଚନା ମିଳୁଛି । ଆଜି କାଳୁପଡା ଘାଟ ନିକଟସ୍ଥ ବୋରକୂଦି ଚ୍ୟାନେଲରେ ପକ୍ଷୀ ଶିକାର ହେଉଥିବାର ଖବର ପାଇ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ବୋରକୂଦି ନିକଟରେ ଚଢାଉ କରି ଜଣଙ୍କୁ ଗିରଫ କରିବା ସହ ଗିରଫ ଅଭିଯୁକ୍ତ ନିକଟରୁ ୫ ଟି ମୃତ ବିଦେଶାଗତ ପକ୍ଷୀ ଏବଂ ଏକ ଡ଼ଙ୍ଗା ଜବତ କରିଛି । ଗିରଫ ପକ୍ଷୀ ଶୀକାରୀ ଜଣକ ହେଲେ ଟାଙ୍ଗୀ ଥାନା ଜଟିଆ ପାଟଣା ଗାଁର ଚୈତନ୍ୟ ପ୍ରଧାନ (୪୬ )। ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜର ଚୁଡ଼ାରାଣୀ ମୁର୍ମୁ ସୂଚନା ଦେଇଛନ୍ତି ।

Exit mobile version