Site icon Awaj Media

ଖୋଲିଲା କଟକ ଏଲଆଇସି ଏଜେଣ୍ଟ ଙ୍କ ହତ୍ୟା ରହସ୍ୟ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ବିବାହିତା ମହିଳାଙ୍କୁ ପ୍ରେମ କରିବା ମହଙ୍ଗା ପଡ଼ିଲା l ପ୍ରେମିକକୁ ମିଶି ହତ୍ୟା କଲେ , ପ୍ରେମିକା ର ପରିବାର ଲୋକେ ! ପ୍ରେମିକା ସମେତ ତାର ସ୍ୱାମୀ ଓ ୨ ପରିବାର ସଦସ୍ୟ ବିଭତ୍ସ ଭାବେ ହତ୍ୟା କରି ଘରେ ଜାଳି ଦେବା ପରେ ପୋଡା ହାଡ଼କୁ ନେଇ ପୋଖରୀରେ ଫିଙ୍ଗି ଦେଇଥିବା ସୂଚନା l ତେବେ ଏଭଳି ଏକ ବିଭତ୍ସ ହତ୍ୟା ଅଭିଯୋଗ ସାମ୍ନାକୁ ଆସିଛି ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଞ୍ଚଳରୁ l ସୂଚନା ଅନୁସାରେ ନୟାଗଡ଼ ମହୀପୁର ଅଞ୍ଚଳର ସୁନିତା ସାହୁ ନିଜ ସ୍ୱାମୀ ଦିପୁ ସାହୁଙ୍କ ସହ କଟକ ଠାରେ ଦହିବରା ବେପାର କରୁଥିଲେ l ତେବେ ଏହି ଦହି ବରା ବେପାର ବେଳେ ସୁନିତାଙ୍କର କଟକରେ ଏଲଆଇସି ଏଜେଣ୍ଟ ଭାବେ କାମ କରୁଥିବା ଶୈଳେନ୍ଦ୍ର ଜେନାଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା I ଯାହାକୁ ନେଇ ପୂର୍ବରୁ ଶୈଳେନ୍ଦ୍ର ଓ ଦିପୁଙ୍କ ମଧ୍ୟରେ ବଚସା ହୋଇଥିଲା I ତେବେ ଗତ କିଛିଦିନ ତଳେ ପ୍ରେମିକା ଫୋନରୁ ନୂଆଗାଁ ଅଞ୍ଚଳକୁ ଆସିବା ପାଇଁ ମେସେଜ ଆସିବା ପରେ ପ୍ରେମିକ ଶୈଳେନ୍ଦ୍ର ନିଜର ଅନ୍ୟ ଜଣେ ବନ୍ଧୁଙ୍କ ସହ ନୂଆଗାଁ ମହୀପୁର ଅଞ୍ଚଳକୁ ଆସିଥିଲେ I ତେବେ ସେହିଠାରେ ଯୋଜନା ବଦ୍ଧ ଭାବେ ଶୈଳେନ୍ଦ୍ରଙ୍କୁ ସୁନିତା ସାହୁ, ସୁନିତାଙ୍କ ସ୍ୱାମୀ ଦିପୁ ସାହୁ, ସୂରିଆ ସାହୁ ଓ ଦିପୁଙ୍କର ବାପା ମିଶି ଘରେ ବିଭତ୍ସ ଭାବେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟପାଇଁ ଶଵକୁ ପୋଡିବା ପରେ ନିକଟସ୍ଥ ପୋଖରୀରେ ପୋଡା ହାଡ଼କୁ ଫିଙ୍ଗି ଦେଇଥିଲେ l ତେବେ ଏନେଇ ନୟାଗଡ଼ ପୋଲିସ ସୁନିତା ସାହୁ ଓ ସୂରିଆ ସାହୁଙ୍କୁ ଗିରଫ କରିଥିବା ବେଳେ ସୁନିତାଙ୍କ ସ୍ୱାମୀ ଓ ଶ୍ୱଶୁର ଫେରାର ରହିଛନ୍ତି l ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି କ୍ରାଇମସିନ ରିକ୍ରିଏସନ କରିବା ସହ ଛାନଭିନ ଚଳାଇଛି l

Exit mobile version