Site icon Awaj Media

ବାଲୁଗାଁ ବଜାର ମଧ୍ୟରେ ଲୁଟେରା ଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କଲେ ହୋମଗାର୍ଡ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଜାରରେ ମଙ୍ଗଳବାର ଦିନ ଜଣେ ମହିଳା ପରିବା ବ୍ୟବସାୟୀ ଙ୍କ ଠାରୁ ଜଣେ ଲୁଟେରା ଟଙ୍କା ଲୁଟି ନେଇ ଖସି ପଳାଉଥିଲେ । ଏହା ଦେଖି ବାଲୁଗାଁ ଥାନାର ଜଣେ ହୋମଗାର୍ଡ ଡ୍ରାଇଭର ଲୁଟେରାଙ୍କ ପିଛା କରି କାବୁ କରିବାରେ ସକ୍ଷମ ହୋଇଥିଲେ । ପୋଲିସ ଜିମା ଦେବା ପରେ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ସ୍ଥାନୀୟ ବାଲୁଗାଁ ପାଟଣା ସାହି ଗ୍ରାମର ଚନ୍ଦନ ଘଟୁଆଳୀ । ସୂଚନା ମୁତାବକ ବାଲୁଗାଁ ବଜାର ମଧ୍ୟରେ ଜଣେ ବୃଦ୍ଧା ସଜନୀ ନାୟକ ପରିବା ବ୍ୟବସାୟୀ କରନ୍ତି । ମଙ୍ଗଳବାର ପୂର୍ବାହ୍ନ ୧୧ ଟା ସମୟରେ ବୃଦ୍ଧା ଜଣକ ବ୍ୟବସାୟ କରୁଥିବା ବେଳେ ସେଠାରେ ପୂର୍ବ ପ୍ରସ୍ତୁତି ହୋଇ ଠିଆ ହୋଇଥିବା ଚନ୍ଦନ ସୁଯୋଗ କ୍ରମେ ବୃଦ୍ଧଙ୍କ ଲୁଗା ମୁଣିରୁ ୩ ହଜାର ୫ ଶହ ଟଙ୍କା ଲୁଟି ନେଇ ପଳାଉଥିଲା । ଏହି ସମୟରେ ବାଲୁଗାଁ ଥାନାରେ କାର୍ଯ୍ୟରତ ହୋମଗାର୍ଡ ତଥା ଭ୍ୟାନ ଡ୍ରାଇଭର ରାଜୁଧିନ ଖାଁ ଉକ୍ତ ସ୍ଥାନରେ ପରିବା କିଣୁଥିଲେ । ଲୁଟେରାଙ୍କୁ ଦେଖି ଘଟଣା ସମ୍ପର୍କରେ ଜାଣି ପାରି ତା ପଛରେ ଗୋଡ଼ାଇ ଗୋଡ଼ାଇ ତାଙ୍କୁ କାବୁ କରିଥିଲେ । ତେବେ ସିନେମା ଷ୍ଟାଇଲରେ ପୋଲିସ ଜଣକ ବାଲୁଗାଁ ବଜାର ମଧ୍ୟରେ ଏପରି ଚୋର ପୋଲିସ ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଜନତା ପ୍ରଥମେ ସ୍ତବ୍ଧ ହୋଇ ଯାଇଥିଲେ । ପରବର୍ତ୍ତୀ ସମୟରେ ଘଟଣା ସମ୍ପର୍କରେ ଜଣା ପଡ଼ିବା ପରେ ଲୋକେ ଉକ୍ତ ହୋମଗାର୍ଡଙ୍କୁ ସାବାସି ଦେଇଥିଲେ । ପରେ ବୃଦ୍ଧା ଙ୍କ ଅଭିଯୋଗ କ୍ରମେ ବାଲୁଗାଁ ପୋଲିସ ଏ ସଂକ୍ରାନ୍ତରେ କେସ ନଂ ୨୮୦/୨୨ ରେ ଏକ ମାମଲା ରୁଜୁ କରିଛି। ଏଥି ସହ ଲୁଟ ଅର୍ଥକୁ ମହିଳାଙ୍କୁ ଦିଆ ଦିଆଯାଇଛି ।

Exit mobile version