Site icon Awaj Media

ବେନ୍ତପୁର ଗ୍ରାମର ଧାନ ମିଲ୍ ରୁ ଧାନବସ୍ତା ଚୋରି କରି ଖୁଣ୍ଟରେ ବନ୍ଧା ହେଲେ ଯୁବକ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେନ୍ତପୁର ଗ୍ରାମର ଧାନ ମିଲରୁ ଧାନ ବସ୍ତା ଚୋରୀ କରିବା ବେଳେ ଧରା ପଡ଼ି ଖୁଣ୍ଟରେ ବନ୍ଧା ହେଲେ ଯୁବକ । ବିଭିନ୍ନ ସମୟରେ ଗାଁରୁ ବହୁ ଲୋକଙ୍କ ଘରୁ ଜିନିଷ ପତ୍ର ଚୋରୀ ହେଉଥିଲା , କିନ୍ତୁ ଚୋର ଘଟଣା ସ୍ଥଳରୁ ଖସି ଯାଇଥିବା ବେଳେ ଧାନ ଚୋରକୁ ଧରିଲେ ଧାନ ମିଲ ର ମାଲିକ । ସୂଚନା ଅନୁଯାୟୀ ଅନୁଗୋଳ ସଦର ଥାନା ଅନ୍ତର୍ଗତ ବେନ୍ତପୁର ଗ୍ରାମର ଧାନ ମିଲର ମାଲିକ ପ୍ରଶାନ୍ତ ପଣ୍ଡା ଗତ କାଲି ମଧ୍ୟ ରାତିରେ ପରିସ୍ରା କରିବା ପାଇଁ ଉଠିବା ସମୟରେ ଦେଖିଥିଲେ ଯେ ତାଙ୍କ ଘର ପାଖକୁ ଲାଗି ରହିଥିବା ଧାନ ମିଲରୁ ଜଣେ ଯୁବକ ଧାନ ବସ୍ତା ଚୋରୀ କରି ନେଉଛି ! ଚୋର କୁ କାବୁ କରିଥିଲେ ମିଲ ମାଲିକ। ଚୋରି କରିଥିବା ଯୁବକ ଜଣଙ୍କ ହେଲେ କୁମୁରିସିଙ୍ଗା ଗ୍ରାମର ଶିବ ବେହେରା । ଶିବ ବେହେରା କୁ ବାକୁ କରିବା ପରେ ଘର ସମୁଖ ଖୁଣ୍ଟରେ ବାନ୍ଧି ଦେଇଥିଲେ ମିଲ ମାଲିକ ।ସକାଳେ ଜଣେ ଯୁବକ ଖୁଣ୍ଟରେ ବନ୍ଧା ହେବା ଦେଖି ପ୍ରବଳ ଲୋକଙ୍କ ଭିଡ଼ ହୋଇଥିଲା । ଏନେଇ ସଦର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ବୋଲି ପ୍ରଶାନ୍ତ ପଣ୍ଡା କହିଛନ୍ତି । ତେବେ ଧାନ ବସ୍ତା ଚୋରୀ କରି ଖୁଣ୍ଟରେ ବନ୍ଧା ହୋଇ ହଟହଟା ହେଲେ ଯୁବକ ।

Exit mobile version