Site icon Awaj Media

ନିଜ ଗାଡ଼ିରେ ନିଜେ ନିଆଁ ଲଗାଇବା ପରେ , ଯୁବକଙ୍କ ଆତ୍ମହତ୍ୟା !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ ମାଲିକାପଡ଼ି ଗ୍ରାମପଞ୍ଚାୟତର ଦେରିନାଯୁଠାରେ ଜଣେ ଯୁବକ ନିଜର ଡାଲା ଗାଡ଼ିରେ ପେଟ୍ରୋଲ ଢାଳି ନିଆଁ ଲଗାଇଵା ପରେ ଏକ ବରଗଛରେ ଚଢ଼ି ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଯୁବକ ଜଣକ ହେଲେ ବିସର୍ବା ପ୍ରଧାନ (୨୮) । ସୂଚନା ଅନୁସାରେ, ଯୁବକ ଜଣକ ୮ ମାସ ପୂର୍ବେ ଟିକାବାଲି ବ୍ଲକ ଗାରେଡି଼ଙ୍ଗିଆ ଟୁଡୁବାଲିରେ ବିବାହ କରିଥିଲେ । କୌଣସି କାରଣବଶତଃ ତାଙ୍କ ପତ୍ନୀ ନିଜ ବାପଘରକୁ ଯାଇ ଫେରି ନଥିଲେ । ବାରମ୍ବାର ନିଜ ପତ୍ନୀକୁ ଘରକୁ ଡାକିବା ପରେ ସେ ନ ଫେରିବାରୁ ଯୁବକ ଜଣକ ପ୍ରାୟତଃ ମାନସିକ ଚାପରେ ରହୁଥିବା ଗ୍ରାମବାସୀ କହିଛନ୍ତି । ଯୁବକଙ୍କ ୩ ଭାଇ ଏବଂ ୨ ଭଉଣୀ ଥିବା ସୂଚନା ରହିଛି । ଦୁର୍ଘଟଣା ବିଷୟରେ ସ୍ଥାନୀୟ ଲୋକ ଖବର ଦେବା ପରେ ଜି. ଉଦୟଗିରି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ହୁତୁହୁତୁ ହୋଇ ଜଳୁଥିବା ଡାଲା ଗାଡ଼ିକୁ ନିଆଁ ଦାଉରୁ ଆୟତ୍ତ କରିଛି । ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କ ଆତ୍ମହତ୍ୟା କିଭଳି ପରିସ୍ଥିତିରେ ଏବଂ କାହିଁକି ଘଟିଲା ଛାନ ଭିନ ଆରମ୍ଭ କରିଥିବା ଜଣାପଡିଛି ।

Exit mobile version