Site icon Awaj Media

କଲିକତାରୁ କାମ କରିବାକୁ ଆସିଥିବା ଶ୍ରମିକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ଥାନା ଅଞ୍ଚଳର ଗମ୍ଭାରୀମୁଣ୍ଡାର ବରପାଟଣା ନୂଆ ସାହି ସ୍କୁଲ ନିକଟରୁ କଲିକତାର ସନ୍ଦେକୁଲା ଥାନାର କୁଲାର ଗାଁ ର ବେନି ସରଦାର ଙ୍କ ପୁଅ ମିଲନ ସରଦାର ଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକ ଦେଖି ୧୦୮ ଆମ୍ୱୁଲାନ୍ସକୁ ଖବର ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ବାଣପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ । ଏହି ଖବର ପାଇ ବାଣପୁର ଥାନା ଅଧିକାରୀ ଜୟ ପ୍ରକାଶ ପରିଡା ସଦଳବଳେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମିଲନର ପେଟରୁ ଅନ୍ତ ବାହାରି ତାର ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଛି । ନିଜେ ମିଲନ କହୁଛନ୍ତି ଯେ ମୋତେ କିଏ ଆକ୍ରମଣ କରିନାହାନ୍ତି, ଅତ୍ୟଧିକ ମଦ୍ୟପାନ କରି ମୁ ମୋ ନିଜ ପେଟକୁ କାଚରେ ଭୁଷି ଦେଇଛି । କିନ୍ତୁ ଘଟଣାଟି ସମ୍ପୁର୍ଣ୍ଣ ସନ୍ଦେହ ଘେରରେ । ସେ ନିଜେ ଏପରି କରିଛନ୍ତି ନା ତାଙ୍କୁ କିଏ ଆକ୍ରମଣ କରି ଏମିତି କରିଛି ତାହା ଏବେ ସନ୍ଦେହ ଘେରରେ । ତେବେ ନାଚୂଣୀ ଥାନା ଅଧିକାରୀ ଚନ୍ଦ୍ର ଶେଖର ଜେନା ଓ ବାଣପୁର ଥାନା ଅଧିକାରୀ ଜୟପ୍ରକାଶ ପରିଡା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବାର ସୂଚନା ମିଳିଛି ।

Exit mobile version