Site icon Awaj Media

ବାଣପୁର ରେ ସାଇକେଲେ ଚୋରି ମାମଲାରେ ଅଭିଯୁକ୍ତକୁ ୩ ମାସ କାରାଦଣ୍ଡ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ରେ ସାଇକେଲେ ଚୋରି ମାମଲାରେ ଅଭିଯୁକ୍ତକୁ ୩ ମାସ କାରାଦଣ୍ଡ ! ଜୈନିକ ଏକ ବ୍ୟକ୍ତି ନିଜ ଗ୍ରାମର ଆଉ ଜଣେ ବ୍ୟକ୍ତିଙ୍କର ସାଇକେଲଟିକୁ ଚୋରିକରି ନେଇଯାଇ ଧରାପଡିବା ପରେ , ମାନ୍ୟବର ଅଦାଲତ ଉକ୍ତ ମାମଲାର ବିଚାର କରି ଅଭିଯୁକ୍ତକୁ ୩ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଖବର ନେବାରେ ଜଣାଯାଏ ବାଣପୁର ଥାନା ନିକଟସ୍ତ ବାଲିପଦର ଗ୍ରାମର ଭଗବାନ ନାୟକଙ୍କ ସାଇକେଲଟି ଗତ ବର୍ଷ ନଭେମ୍ବର ମାସ ୨୨ ତାରିଖରେ ଚୋରି ହୋଇ ଯାଇଥିଲା । ଏନେଇ ସେ ବାଣପୁର ଥାନାରେ ଅଭିଯୋଗ କରିଥିଲେ । ଭଗବାନ ତାଙ୍କ ସାଇକେଲେଟିକୁ ବହୁ ଖୋଜା ଖୋଜି କରିବା ପରେ ସେ କୈଣସି ସୁତ୍ରରୁ ଜାଣିବାକୁ ପାଇଥିଲେ ଯେ , ତାଙ୍କ ଗ୍ରାମର ମନୋଜ ମହାନ୍ତିଙ୍କ ପୁଅ ଅନିଲ ମହାନ୍ତି ସେ ସାଇକେଲଟିକୁ ଚୋରି କରି ନେଇଯାଇଛି । ଏନେଇ ବାଣପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ଉକ୍ତ ଚୋରି ଘଟଣାର ବିଚାର କରି ବାଣପୁର ର ଫାଷ୍ଟକ୍ଳାସ ମାଜିଷ୍ଟେଟ ମାନ୍ୟବର ଜେଏମଏଫସି ସ୍ମାତକି ଦାଶ ଅଭିଯୁକ୍ତ ଅନିଲ ମହାନ୍ତି କୁ ୩ ମାସ ପାଇଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଉକ୍ତ ମାମଲାକୁ ବାଣପୁର କୋର୍ଟ ର ସରକାରୀ ଓକିଲ ଜଳଧର ପ୍ରଧାନ ଓ ପ୍ରାଚୀପ୍ରଭା ନନ୍ଦ ପରିଚାଳନା କରିଥିଲେ ।

Exit mobile version