ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ବହୁ ଚର୍ଚ୍ଚିତ ନାଚୁଣୀ ହତ୍ୟାକାଣ୍ଡରେ ଦେଖିବାକୁ ମିଳିଛି ନୂଆ ମୋଡ଼। ମୃତକ ମନୋରଞ୍ଜନ ମହାପାତ୍ର ଙ୍କ ପିତା ଗଙ୍ଗାଧର ମହାପାତ୍ର ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ପରକିଆ ପ୍ରୀତି ଓ ଅର୍ଥ ଲୋଭର ବଶବର୍ତ୍ତୀ ହୋଇ ପ୍ରେମିକ ବିକ୍ରମ କେଶରୀ ସାହୁ ସହ ହାତ ମିଳାଇ ତାଙ୍କ ପୁଅକୁ ନିଜ ରାସ୍ତାରୁ ହଟାଇବା ପାଇଁ ବୋହୁ ନିଲି ଦାସ ଘଟାଇଛି ଜଘନ୍ୟ ହତ୍ୟାକାଣ୍ଡ । ଏପରିକି ଅଭିଯୁକ୍ତ ନିଲି ଦାସ ଶାଶୁ ଶଶୁର ଙ୍କୁ ଦେଉଥିଲା ମାନସିକ ନିର୍ଯାତନା । ୧୦ଲକ୍ଷ ଟଙ୍କା ବାପାଙ୍କର ଠାରୁ ନେଇଥିଲା ମୃତକ । ନାଚୁଣୀ ଥାନାରେ ଏପରି ଏକ ସଂଘାତିକ ଅଭିଯୋଗ କରିଛନ୍ତି ମୃତ ମନୋରଞ୍ଜନ ଙ୍କ ବାପା ଗଙ୍ଗାଧର ମହାପାତ୍ର ।।
ବହୁ ଚର୍ଚ୍ଚିତ ନାଚୁଣୀ ହତ୍ୟାକାଣ୍ଡ ରେ ଆସିଲା ନୂଆ ମୋଡ଼ !!!

