Site icon Awaj Media

ନଈରୀ ପେଣ୍ଠ ମାଛଧରା ଡଙ୍ଗାରୁ ଯୁବକଙ୍କ ମୃତଦେହ ଉଦ୍ଧାର : ସନ୍ଦେହ ଘେରରେ ଘଟଣା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜଣେ ୪୦ ବର୍ଷର ଯୁବକ ମାଛ ଧରିବା ପାଇଁ ଚିଲିକା କୁ ରାତ୍ରୀରେ ଯାଇଥିବା ବେଳେ ନଈରୀ ପେଣ୍ଠ ନିକଟରେ ଡଙ୍ଗାରୁ ତାର ମୃତ ଦେହ ପୁଲିସ ଉଦ୍ଧର କରିଛି । ତେବେ ଯୁବକ ଜଣକୁ କିଏ ମାରିଛି ନାଁ କୈାଣସି କାରଣ ନେଇ ମୃତ୍ୟୁ ଘଟିଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

ଖବର ନେବାରେ ଜଣାଯାଏ , ଖୋର୍ଦ୍ଧା ଜିଲ୍ଲା ନାଚୁଣି ଥାନା ନିକଟସ୍ଥ ସାନ ନଈରି ଗ୍ରାମ ଚିଲିକା କୂଳ ନିକଟରେ ଥିବା ହନୁମାନ ମାଛ ପେଣ୍ଠରେ ଶନିବାର ସକାଳୁ ସେହି ଗ୍ରାମର ମାନିଆ ବେହେରା ନାମକ ଜଣେ ଯୁବକ ଙ୍କ ମୃତଦେହ ତାଙ୍କରି ଡଙ୍ଗାରେ ପଡ଼ି ରହିଥିବା ପୋଲିସକୁ ଖବର ମିଳିଥିଲା । ତେବେ ଶୁକ୍ରବାର ରାତିରେ ମାଛ ଧରିବା ପାଇଁ ମାନିଆ ଚିଲିକା ଭିତରକୁ ଯାଇଥିଲେ । କିନ୍ତୁ ସକାଳୁ କିଛି ବ୍ୟକ୍ତି ମାନିଆକୁ ନିଜ ଡଙ୍ଗାରେ ମରି ପଡିଥିବା ଦେଖିବାକୁ ପାଇଥିଲେ । ତେବେ ତାହାର ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତାହାର ମୁହଁରୁ ସ୍ବଳ୍ପ ମାତ୍ରାରେ ଫେଣ ମଧ୍ୟ ବାହାରୁଥିବା ଦେଖାଯାଇଥିଲା । ଖବର ପାଇ ନାଚୁଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଚଳିତ ମାସ ରେ ନାଚୁଣି ଓ ବାଣପୁର ଥାନା ଅଞ୍ଚଳରେ ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟିଥିବା ବେଳେ ପୁଣିଥରେ ନଈରି ଚିଲିକା କୂଳ ଜେଟି ନିକଟରେ ଜଣେ ମରି ପଡିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଛି । ତେବେ ମାନି\ନୀଆକୁ କେହି ଦୁର୍ବୁତ୍ତ ମାରି ପକାଇ ଦେଇଛି, ନାଁ କୈାଣସି କାରଣରୁ ମାନିଆ ମରି ପଡିଛି ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଦାବି ହେଉଛି ।

Exit mobile version