Site icon Awaj Media

ଗୋବରଘାଟି କଲୋନୀରୁ ଲୁହା ସାମଗ୍ରୀ ଲୁଟ ଘଟଣାରେ ଜଣେ କବାଡିଆ ଫେରିବାଲା ଥାନାରେ ଅଟକ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଗୋବରଘାଟି କଲୋନୀରେ ଟାଟା ଷ୍ଟିଲ କମ୍ପାନୀ ଅଧୀନରେ କାର୍ଯ୍ୟ କରୁଥିବା ଜୁସ୍କୋ କମ୍ପାନୀ ଗୋବରଘାଟିରେ ବିଭିନ୍ନ କାର୍ଯ୍ୟ କରୁଥିବା ବେଳେ କିଛିଦିନ ପୂର୍ବରୁ କମ୍ପାନୀର କିଛି ସାମଗ୍ରୀ ଲୁହା ରଡ଼, ଲୁହା ଯଗ, ପାଇବ, ତାର ଚୋରି ହୋଇଯାଇଥିଲା ! ଆଜି ସକାଳୁ ଏକ ବୁଲା କବାଡିଆ ଫେରିବାଲାକୁ ସନ୍ଦେହରେ ଅଟକାଇଥିଲେ ! ତାର ଏକ ଲୁନା ଗାଡି ଯାହାର ନମ୍ବର 0D 02 BT 7704 ରେ ବହୁତ ଗୁଡିଏ ଲୁହା ରଡ଼, ତାର, ରଡ଼ କଟିଙ୍ଗ ମେସିନ ଜବତ ହୋଇଥିବା ଦେଖିବାକୁ ମିଳିଛି l ସୂଚନା ଅନୁଯାୟୀ ଅଟକ କବାଡିଆ , ନୟାଗଡ ଜିଲ୍ଲା କଇଁଫୁଲିଆ ଅନ୍ତର୍ଗତ ମାଳିବେରେଣୀ ଗ୍ରାମର ବାବୁ ବିଶ୍ୱାଳ ଙ୍କ 29 ବର୍ଷିଆ ପୁଅ ବୁଦ୍ଧିଆ ବିଶ୍ୱାଳ ବୋଲି ଜଣାପଡିଛି l ଏହି ଘଟଣା ସମ୍ପର୍କରେ ଜୁସ୍କୋ ସିକ୍ୟୁରିଟି ଏଜେନସି ଖବର ପାଇ ଘଟଣା ସ୍ଥଳରେ ପହଂଚି , ବୁଲା କବାଡିଆ ଫେରିବାଲାକୁ କାବୁ କରି କଳିଙ୍ଗନଗର ଥାନାରେ ଜିମା ଦେଇ ଏକ ଲିଖିତ ଅଭିଯୋଗ ଦେଇଥିବା ଜଣାପଡିଛି !

Exit mobile version