Site icon Awaj Media

ପାଟ୍ରୋଲିଂ ସମୟରେ ବିପୁଳ ପରିମାଣରେ ଗଞ୍ଜେଇ ଜବତ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳ ରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଥିବା ସୂଚନା ମିଳିଛି । ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ ଙ୍କ ନେତୃତ୍ବରେ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ଅଞ୍ଚଳର ଏକ ନଦୀ ନିକଟରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଗଞ୍ଜେଇ ମାଫିଆ ମାନେ ପୁଲିସକୁ ଦେଖି ଘଟଣା ସ୍ଥଳରୁ ଗଞ୍ଜେଇ ଛାଡ଼ି ଫେରାର ହୋଇ ଯାଇଥିଲେ । ଅନ୍ୟ ପଟେ ଏହି ଘଟଣାରେ ବାଲିଗୁଡା ପୁଲିସ ୪୫୫ କେ.ଜି.ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଏହି ଘଟଣାକୁ ନେଇ ବାଲିଗୁଡା ଥାନା କେଶ ନଂ. ୪୯/୨୩ ରେ ଏକ ମାମଲା ରୁଜୁ କରିଥିବା ବେଳେ ଏହି ଚଢ଼ାଉରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ । ଏ ସମ୍ପର୍କରେ ଅଧିକ ତଦନ୍ତ ଚାଲୁ ରହିଥିବା ବିଷୟ ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି ।

Exit mobile version