Site icon Awaj Media

ବାଲୁଗାଁ ଷ୍ଟେସନ ନିକଟରେ ଅବକାରୀ ଓ ଆରପିଏଫ ର ମିଳିତ ଚଢାଉ : ଗଞ୍ଜେଇ ଜବତ ଜଣେ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅବକାରୀ ବିଭାଗ ଓ ଆରପିଏଫ ପକ୍ଷରୁ ମିଳିତ ଚଢାଉ କରାଯାଇ ବାଲୁଗାଁ ରେଲୱେ ଷ୍ଟେସନ ନିକଟରୁ ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ଅଭିଯୁକ୍ତ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ବବୁଲ ବାରିକ (୨୦) ଘର କବିସୂର୍ଯ୍ୟନଗର ଗଞ୍ଜାମ ଜିଲ୍ଲା ରେ ବୋଲି ଜଣାପଡ଼ିଛି । ସୂଚନା ମୁତାବକ ଆଜି ସକାଳେ କୌଣସି ସୂତ୍ରରୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇ ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ରୋହିତ ଦଣ୍ଡସେନାଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ବାଲୁଗାଁ ରେଲୱେ ଷ୍ଟେସନ ନିକଟରେ ଚଢାଉ କରାଯାଇଥିଲା । ଚୋରା ଗଞ୍ଜେଇ ଚାଲାଣ କରୁଥିବା ସମୟରେ ଅବକାରୀ ଓ ଆରପିଏଫ ହାତରେ ଧରା ପଡି ଯାଇଥିଲା ଅଭିଯୁକ୍ତ ବବୁଲ । ଅଭିଯୁକ୍ତ ନିକଟରୁ ୧୨ କେଜି ଗଞ୍ଜେଇ ଜବତ କରିଥିଲା ଅବକାରୀ ବିଭାଗ । ଉକ୍ତ ଚଢ଼ାଉରେ ଟାଙ୍ଗୀ ଅବକାରୀ ଅଧିକାରୀ ଆଲୋକ ପ୍ରଧାନ, ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା, ବାଲୁଗାଁ ଆରପିଏଫ ଏଏସଆଇ ଏସ. ଅର୍ଜୁନ ପାତ୍ର ଏବଂ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ । ଅଭିଯୁକ୍ତକୁ ଗିରଫ କରିବା ସହ ତା ବିରୁଦ୍ଧରେ ପିଆର କେସ ନମ୍ବର ୧୬୯/୨୩ ରେ ଏକ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଥିବାର ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ରୋହିତ ଦଣ୍ଡସେନା ସୂଚନା ଦେଇଛନ୍ତି ।

Exit mobile version