Site icon Awaj Media

ଧାରୁଆ ଅସ୍ତ୍ର ରେ ଦାଦା ଙ୍କୁ ମରଣାନ୍ତକ ଆକ୍ରମଣ କଲା ପୁତୁରା !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ବାଇକ୍‌ରେ ଲିଫ୍ଟ ମାଗି ମରଣାନ୍ତକ ଆକ୍ରମଣ କରିବାରୁ କୋଟଗଡ଼ ବ୍ଲକ ରାଣିପାଙ୍ଗା ବିଦ୍ୟାଳୟର ଶିକ୍ଷକ ନହୁ ପ୍ରଧାନ ଆହତ ହୋଇଛନ୍ତି । ତାଙ୍କ ନିଜ ଗ୍ରାମ ଦାରିଙ୍ଗବାଡି ବ୍ଲକ ବୁଡାଙ୍ଗପିପିଲି । ନହୁ ସକାଳୁ ସ୍କୁଲକୁ ବାଇକ ଯୋଗେ ଯିବା ବେଳେ ତାଙ୍କ ସମ୍ପର୍କୀୟ ସାନ ପ୍ରଧାନ ତାଙ୍କ ସହ ରାଣିପାଙ୍ଗାରେ ମୋର କାମ ଅଛି ତୁମ ସହ ଯିବି କହିଥିଲେ । ଏଥିରେ ନହୁ ସମ୍ପର୍କୀୟ ସାନଙ୍କୁ ସାଥିରେ ନେଇ ଯିବା ସମୟରେ ପର୍ତ୍ତମାହା ପଞ୍ଚାୟତ କଟାବାଡି ଗ୍ରାମ ନିକଟ ଏକ ଜଙ୍ଗଲରେ ସମ୍ପର୍କୀୟ ପୁତୁରା ସାନ ହଠାତ ଏକ ଧାରୁଆ ଅସ୍ତ୍ରରେ ପଛପଟୁ ବେକକୁ ଆକ୍ରମଣ କରି ଗୋଟିଏ ବ୍ରିଜ ତଳକୁ ଠେଲି ଦେବା ସହ ବ୍ରିଜ ତଳେ ମଧ୍ୟ ମରଣାନ୍ତକ ଆକ୍ରମଣ କରୁଥିଲେ । ଏହି ସମୟରେ ଜଙ୍ଗଲରେ କାମ କରୁଥୁବା ଲୋକ ଆସି ନହୁଙ୍କୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ନହୁଙ୍କୁ ପ୍ରଥମେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟନ୍ଦ୍ରେରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠାଇଥିବା ଜଣାପଡ଼ିଛି । ସେହିପରି ଅଭିଯୁକ୍ତ ସାନଙ୍କୁ ସ୍ଥାନୀୟ ଲୋକ କାବୁ କରି ପୋଲିସ ଜିମା ଦେଇଥିଲେ । ସମ୍ପର୍କୀୟ ସାନ କାହିଁକି ଏଭଳି ଆକ୍ରମଣ କରିଛନ୍ତି ସେ ସମ୍ପର୍କରେ କାରଣ ଅସ୍ପଷ୍ଟ ଥିବା ବେଳେ ଏହା ପୁର୍ବ ଶତ୍ରୁତା ରହିଥାଇ ପାରେ ବୋଲି ପୋଲିସ ସନ୍ଦେହ କରିଛି । ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଥାନା ପକ୍ଷରୁ କୁହାଯାଇଛି ।

Exit mobile version