Site icon Awaj Media

ସୁକିନ୍ଦାରେ ବେଆଇନ ମସଜିଦ ନିର୍ମାଣକୁ ବିରୋଧ କରି ଥାନାରେ ଅଭିଯୋଗ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦାରେ ବେଆଇନ ମସଜିଦ ନିର୍ମାଣ ଘଟଣାକୁ ନେଇ ଥାନାଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇ କାର୍ଯ୍ୟାନୁଷ୍ଠାନ ଦାବୀ ହୋଇଛି । ସୁକିନ୍ଦାର ପୁରାତନ କଜଳେଇ ଶିବ ମନ୍ଦିର ନିକଟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କ ଚାଷ ଜମି ଉପରେ ସୁକିନ୍ଦାର କିଛି ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ବିନା ସରକାରୀ ଅନୁମତିରେ ଏକ ଗୃହ ନିର୍ମାଣ କରି ମସଜିଦ କାର୍ଯ୍ୟରେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ସଂପୃକ୍ତ ସ୍ଥାନଟି ସୁକିନ୍ଦା ନିଜିଗଡ ମୌଜାର ୭୮୩/୩୩୪୦ପ୍ଲଟ (କିସମ ଶାରଦ) ହୋଇଥିଲେ ମଧ୍ୟ କୌଣସି ସରକାରୀ ଅନୁମତି ନନେଇ ଏହି ଗୃହ ନିର୍ମାଣ କରିଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଗୃହରେ ନମାଜ ପାଠ ସହ ଅନୈତିକ କାର୍ଯ୍ୟକଳାପ ଚାଲୁଥିବା ଓ ଜିଲ୍ଲା ଓ ରାଜ୍ୟ ବାହାରର ଅନେକ ଅଭିଯୁକ୍ତ ଏହି ଗୃହରେ ଆତ୍ମଗୋପନ କରୁଥିବା ଅଭିଯୋଗରେ ଦର୍ଶାଇଛନ୍ତି । ଯଥାଶୀଘ୍ର ଏହି ଘଟଣାର ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାନଗଲେ ସ୍ଥାନୀୟ ଅଞ୍ଚଳରେ ଭାଇଚାରା ନଷ୍ଟ ହେବା ସହ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିବାର ସମ୍ଭାବନା ଥିବା ଅଭିଯୋଗରେ ଦର୍ଶାଯାଇଛି । ଏହି ଘଟଣାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି ।

Exit mobile version