Site icon Awaj Media

ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ କଲେଜ ଅଧକ୍ଷ ଅଟଳ ବିହାରୀ ବାରିକ ବରଡ଼ି ଗ୍ରାମରୁ ଗିରଫ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଜାଲ୍ ସାର୍ଟିଫିକେଟ ଦେଇ ଚାକିରୀ କରିବା ସହ ବିଭିନ୍ନ ପିଲାଙ୍କୁ ଚାକିରୀ କରାଇବା ପାଇଁ ଲକ୍ଷାଧିକ ଟଙ୍କା ଲୁଟ୍ ଅଭିଯୋଗରେ ବିରାଶାଳ କଲେର ପୂର୍ବତନ ଅଧ୍ୟକ୍ଷ ଗିରଫ । ବିରାଶାଳ ଆଞ୍ଚଳିକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ସୁକିନ୍ଦା ଥାନା ଅନ୍ତର୍ଗତ ଖରଡ଼ି ପଞ୍ଚାୟତର ବରଡି ଗ୍ରାମର 50 ବର୍ଷୀୟ ଅଟକ ବିହାରୀ ବାରିକ ଜାଲ ସାର୍ଟିଫିକେଟ ଦେଇ କଲେଜରେ ଚାକିରୀ କରିଥିଲେ । ଗତ ୨୦୦୯ ରୁ ୨୦୧୬ ପର୍ଯ୍ୟନ୍ତ କଲେଜର ଅଧ୍ୟକ୍ଷ ଥିବା ସମୟରେ ଅନେକ ଅନିୟମିତତା ହୋଇଥିବା ଅର୍ଡିଟରେ ଜଣାପଡିଥିଲା । ଢେଙ୍କାନାଳ ଉପ-ଜିଲ୍ଲାପାଳଙ୍କ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ସଂଗ୍ରହ କରିଥିଲେ , ଯେଉଁଥିରେ ଅଟକ ରାୟପୁର ଅଞ୍ଚଳର ଏକ ନକଲି ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ଜାଣିବା ପରେ ଘଟଣାର ଅନୁଧ୍ୟାନ କରି ତାଙ୍କ ନାମରେ ମାମଲା ଦାୟର କରିଥିଲେ । ନିଜେ ନକଲି ସର୍ଟିଫିକେଟ ଦେଇ ଚାକିରୀ କରିବା ସହ ମହାବିଦ୍ୟାଳୟ ଅଧ୍ୟକ୍ଷ ପଦରେ ରହି ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଓ ବହୁ ଛାତ୍ର ଛାତ୍ରୀଙ୍କୁ ଜାଲ ସାର୍ଟଫିକେଟ ଯୋଗାଇ ଦେଇ ସେବାବଦରେ ଲକ୍ଷାଧିକ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି । ଏହିଭଳି ଅନେକ ସଙ୍ଗିନ ମାମଲାରେ କଙ୍କଡ଼ାହାଡ଼ ପୋଲିସ ଏବଂ ସୁକିନ୍ଦା ପୋଲିସ ଶନିବାର ସକାଳୁ ମିଳିତ ଚଢ଼ାଉ କରି ଅଟଳ ବାରିକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ମୁତାବକ ଚଳିତ ପଞ୍ଚାୟତ ନିର୍ବାଚନରେ ଖରଡ଼ି ଗ୍ରାମପଞ୍ଚାୟତରୁ ବିଜୟୀ ସମିତିସଭ୍ୟାଙ୍କ ସ୍ଵାମୀ ଅଟଳ ବିହାରୀ ବାରିକ ଏକ ଘରୋଇ ଫାଇନାନ୍ସ ଥିବା ଟ୍ରକର ଋଣ ପରିଶୋଧ ନକରି ତାକୁ ଅନ୍ୟତ୍ର ବିକ୍ରି କରିଥିବା ଅଭିଯୋଗରେ ୪୨୦ ଦଫାରେ ଗିରଫ ହୋଇ ଜାମିନରେ ଆସିଥିବା ବେଳେ ଏହି ଗିରଫଦାରୀ ଘଟଣା ସୁକିନ୍ଦା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

Exit mobile version