Site icon Awaj Media

ଶିକାରୀ ଗିରଫ : ଦେଶୀ ବନ୍ଧୁକ ସହ ବିଭିନ୍ନ ସାମଗ୍ରୀ ଜବତ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ରେଞ୍ଜ ଅଧିନସ୍ତ କରଡା ସଂରକ୍ଷିତ ଜଙ୍ଗଲ ର ମଙ୍ଗଳପୁର ନିକଟରେ ଶିକାର ପାଇଁ ତିନିଜଣ ଯାଉଥିବା ସମୟରେ ବନବିଭାଗ କର୍ମଚାରୀ ମାନେ ଖବର ପାଇ ଛକି ରହିଥିବା ବେଳେ ରବିବାର ସକାଳୁ ମୁଖ୍ୟ ଶିକାରୀ ମଙ୍ଗଳପୁର ଗ୍ରାମର ସଂଜୟ ପ୍ରଧାନ କୁ କାବୁ କରିବା ରେ ସକ୍ଷମ ହୋଇଛନ୍ତି ! ତେବେ ତାର ଦୁଇ ସାଥୀ ଖସି ପଳାଇଥିଲେ । ଗିରଫ ଶିକାରୀ ଠାରୁ ଦେଶି ବନ୍ଧୁକ ସହ ଛେରା ଗୁଳି, ବାରୁଦ ଜବତ କରିଥିବା ବନ ବିଭାଗ ସୂଚନା ଦେଇଛି । ଜଙ୍ଗଲ ରେ ନିଆଁ ଲଗାଇ ବନ୍ୟଜନ୍ତୁ ଶିକାର କରୁଛନ୍ତି । ଏମାନେ ବାରହା ସନ୍ଧାନ ରେ ଯାଇ ଶିକାର କରିଥାନ୍ତେ । ଖସି ପଳାଇଥିବା ଦୁଇ ଜଣ କୁ ମଧ୍ୟ ଖୁବ ଶିଘ୍ର ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ରାଇକିଆ ରେଞ୍ଜର ମାଣିକେଶ୍ଵରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି l

Exit mobile version